ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କଲା ବିଏସଏଫ

ମାଲକାନଗିରି: ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଜବତ କରିଛି ବିଏସଏଫ। କାଳିମେଳା ଥାନା ଭେଜାଙ୍ଗିଗୁଡ଼ା ଜଙ୍ଗଲରୁ ମିଳିଲା ବିପୁଳ ମାଓ ସାମଗ୍ରୀ ହୋଇଛି। ୨ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ଜିଲେଟିନ ଷ୍ଟିକ ସହ ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲାରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଆଜି ଏକ ବଡ ସଫଳତା ମିଳିଛି।

gpkandhamal

ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି ଉପରେ ସୂଚନା ପାଇ ଜିଲାରେ ନିୟୋଜିତ ଥିବା ୧୪୨ ବାଟାଲିଆନର ବିଏସଏଫର ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆଲୁର୍କୋଟା ଗାଁ ନିକଟରେ ମାଓବାଦୀମାନେ ମାଟି ତଳେ ଡମ୍ପରେ ଲୁଚାଇ ରଖିଥିବା ଅନେକ ଅସ୍ତ୍ରଶସ୍ତ୍ର ଓ ମାଓବାଦୀ ସାମଗ୍ରୀକୁ ଯବାନମାନେ ଜବତ କରିଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ଗ୍ରେନେଡ୍, ଡିଟୋନେଟର, କର୍ଡଟେକ୍ସ ତାର, ଜେଲାଟିନ୍, ଦେଶୀ ବନ୍ଧୁକ, ଫ୍ୟୁଜ୍, ବ୍ୟାଟେରୀ, ୱେଲ୍ଦିଙ୍ଗ ମେସିନ, ବୋମା ତିଆରି ସାମଗ୍ରୀ ଏବଂ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ରହିଛି। ତେବେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

Umasankar Adv
Leave A Reply

Your email address will not be published.