କୋହଲି ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ, ୭ମ ଥର ଲାଗି ଏକ ବର୍ଷରେ ପୂରଣ କଲେ ୨୦୦୦ ଅନ୍ତର୍ଜାତୀୟ ରନ୍‌

ନୂଆଦିଲ୍ଲୀ : ଭାରରତ ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସପ୍ତମ ଥର ଲାଗି ବିରାଟ୍‌ ୨୦୦୦ରନ ପୂରଣ କରିଛନ୍ତି। ସେଞ୍ଚୁରିଅନ୍‌ରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ​ରେ ବିରାଟ ଏହି ଉପଲବ୍ଧି ହାସଲ କରିଛନ୍ତି। ବିରାଟଙ୍କୁ ୨୦୨୩ରେ ୨୦୦୦ଅନ୍ତର୍ଜାତୀୟ ରନ୍‌ ପୂରଣ କରିବା ନେଇ ଆଉ ୨୯ରନ ଆବଶ୍ୟକ ଥିଲା।

gpkandhamal

ଯାହାକୁ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଇନିଂସରେ ପୂରଣ କରିବାରେ ସଫଳ ହୋଇଥିଲେ। ବିରାଟ ଦ୍ବିତୀୟ ଇନିଂସରେ ୭୬ରନ କରିଥିଲେ। ଏହା ପୂର୍ବରୁ ବିରାଟ କୋହଲି ଓ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଏକ କ୍ୟାଲେଣ୍ଡର ବର୍ଷରେ ମିଳିତ ଭାବେ ୬ଥର ଲେଖାଏଁ ୨୦୦୦ ଅନ୍ତର୍ଜାତୀୟ ରନ କରିଥିଲେ। ସେହିପରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ୫ଥର ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କାଲିସ ୪ଥର ଏକ ବର୍ଷରେ ୨୦୦୦ ଅନ୍ତର୍ଜାତୀୟ ରନ ହାସଲ କରିଥିଲେ। ଏହା ପୂର୍ବରୁ ବିରାଟ ୨୦୧୨, ୨୦୧୪, ୨୦୧୬, ୨୦୧୭, ୨୦୧୮ ଓ ୨୦୧୯ରେ ଏକ ବର୍ଷରେ ୨୦୦୦ ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ।

Umasankar Adv
Leave A Reply

Your email address will not be published.