କନ୍ଧମାଳ ଦୁର୍ଗାପଙ୍ଗା ଜଙ୍ଗଲରେ ଯବାନ-ମାଓବାଦୀ ମୁହାଁମୁହିଁ । ଗୁଳି ବିନିମୟ ପରେ ମାଓବାଦୀଙ୍କ ଛତ୍ରଭଙ୍ଗ । ବିପୁଳ ବିସ୍ଫୋରକ ଜବତ ।

କନ୍ଧମାଳ କୋଟଗଡ଼ ଥାନା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୧୫ରୁ ୨୦ ମିନ୍ଖଙ୍କ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଆଜି ଏସଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିବା ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । ଯବାନଙ୍କୁ ଦେଖି ଗୁଳି ଚଳାଇଥିଲେ ମାଓବାଦୀ । ତେବେ ଯବାନଙ୍କ ପ୍ରତିଆକ୍ରମଣ ପରେ କ୍ୟାମ୍ପ ଛାଡ଼ି ପଳାଇଛନ୍ତି ପ୍ରାୟ ୧୫ ଜଣ ହାଡକୋର ମାଓବାଦୀ । ଏହି କ୍ୟାମ୍ପରୁ ଉନ୍ନତମାନର ୭ଟି ଗ୍ରେନେଡ, ୩ଟି ଜିଲୋଟିନ, ବ୍ଲାଷ୍ଟିଂ ମେସିନ ସମେତ ଅନେକ ସାମଗ୍ରୀ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ।

Leave A Reply

Your email address will not be published.