ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ଟଙ୍କା ଜୋରିମାନା ଆଦେଶ

ଫୁଲବାଣୀ ଫାଷ୍ଟ ଟ୍ରାକ୍ ପୋକ୍ସୋ୍ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୪ ବର୍ଷିଆ ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ମାମଲା ର ବିଚାର ୧୩ ଜଣସାକ୍ଷୀ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଉତ୍ତମ ସାହାଣୀ ୩୨ ବର୍ଷ ପିତା -ବିଦୁର ସାହାଣୀ ଗ୍ରାମ -ଆଶ୍ରିସାହି,ପଡିଆବେରେଣା ଥାନା -ଫୁଲବାଣୀ ସଦର ଜିଲ୍ଲା-କନ୍ଧମାଳଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। ସୁଚନା ଅନୁସାରେ ତା ୯.୨.୨୦୧୫ରିଖରେ ଅଭିଯୁକ୍ତ ପିଡୀତାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ଏବଂ ଅନ୍ୟ ସ୍ଥାନରେ ସ୍ଵାମୀ ସ୍ତ୍ରୀ ଭାବରେ ରହିଥିଲେ। ତେଣୁ ପିଡୀତାର ମାତା ଝିଅର ନିଖୋଜ ସଂକ୍ରାନ୍ତରେ ଫୁଲବାଣୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ବର -୩୩/ ୯.୨.୨୦୧୫ ରେ ରେଜିଷ୍ଟ୍ରେସନ କରି ଏସ୍ ଆଇ ଆଶ୍ରିତା ଖାଲ୍ କୋ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା୨୧.୦୪.୨୦୨୫ରିଖରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି। ପିଡୀତାକୁ କ୍ଷତିପୂରଣ ବାବଦକୁ ଟ୫,୦୦,୦୦୦ଙ୍କା (ପାଞ୍ଚ ଲକ୍ଷ୍ୟ ଟଙ୍କା) ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.