କୂଅ ସଫା କରିବା ସମୟରେ ଘଟିଲା ଅଘଟଣ, ଶ୍ୱାସରୁଦ୍ଧ ହୋଇ ୨ ମୃତ

ରାୟଗଡ଼ା :  ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦ୍ରି ଗାଁରେ ଅଭାବନୀୟ ଘଟଣା ଘଟଣା ଦେଖିବାକୁ ମିଳିଛି ।   କୂଅ ଭିତରେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି ।  ସୂଚନା ଅନୁସାରେ ଏହି ଦୁଇ ବ୍ୟକ୍ତି ସଫା କରିବାକୁ କୂଅ ଭିତରକୁ ମୋଟର ପମ୍ପ ନେଇ ଓହ୍ଲାଇଥିଲେ ।  ଅଣନିଶ୍ବାସୀ ହୋଇ କୂଅ ଭିତରୁ ବାହାରି ପାରିନଥିଲେ । ଅଗ୍ନିଶମ ବିଭାଗ ଉଦ୍ଧାର କରି ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।  ମୃତକ ହେଲେ ତେତେ ଟାଙ୍ଗାରାଙ୍ଗା (୨୫) ଏବଂ ଚିତ୍ତରଞ୍ଜନ ଟାଙ୍ଗାରାଙ୍ଗା (୩୦) । ଏହି ଖବର ଶୁଣିଲା ପରେ ଗାଁରେ ଦୁଃଖର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.