ପ୍ରଶାସନିକ ଅଧିକାରୀ ମାନଙ୍କ ଅଚାନକ ବିଭିନ୍ନ ସେବାଶ୍ରମ ପରିଦର୍ଶନ

କନ୍ଧମାଳ : କନ୍ଧମାଳ ଜିଲାରେ ଥିବା ବିଭିନ୍ନ ସେବାଶ୍ରମ ଗୁଡିକରେ ଆଦିବାସୀ ଛାତ୍ର ଛାତ୍ରୀ ମାନେ କିଭଳି ପରିବେଶ ରେ ରହି ପାଠ ପଢୁଛନ୍ତି l ସେମାନଙ୍କୁ କିଭଳି ଖାଦ୍ୟ ଦିଆଯାଉଛି, ପାଠ ପଢା ଶୈଳୀ ସମ୍ପର୍କରେ ଜାଣିବା ପାଇଁ ଜିଲ୍ଳାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଅଚାନକ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯୟନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ପି ଏ ଆଇଟିଡିଏ ଫୁଲବାଣୀ ଗଡଧର ପାତ୍ର, ବିଡ଼ିଓ ଫୁଲବାଣୀ ସୌମ୍ୟ ରଂଜନ ପାତ୍ର, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଫୁଲବାଣୀ ବ୍ଲକ ଅନ୍ତର୍ଗତ ପକନା ଗାଁ, କନ୍ୟାଶ୍ରମ ଓ ବଇଡା ସେବାଶ୍ରମ ଯାଇ ଛାତ୍ର ଛାତ୍ରୀ ଙ୍କୁ ସର୍ବ ନିମ୍ନ ସୁବିଧା ସୁଯୋଗ ମିଳୁଛି କି ନାହିଁ ପଚାରି ବୁଝିବା ସହ ସେଠାକାର ଶିକ୍ଷା ଦାନ କିପରୀ ହେଉଛି ବୁଲି ଦେଖିବା ସହ ଛାତ୍ର ଛାତ୍ରୀ ପ୍ରଧାନ ଶିକ୍ଷକ ହଷ୍ଟେଲ ସୁପରୀ ଟେନଣ୍ଡେ ଣ୍ଟ ଙ୍କ ସହ ଆଲୋଚନା କରି ନିଷ୍ଠା ଓ ଆନ୍ତରିକତା ର ସହ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ l

Leave A Reply

Your email address will not be published.