ଢେଙ୍କାନାଳରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ ଆହତ

ଢେଙ୍କାନାଳ: ଢେଙ୍କାନାଳରେ ପୋଲିସ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧି ଦେବାଶିଷ ବେହେରା ଓରଫ ହୁଣ୍ଡ ଆହତ । ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ଏନକାଉଣ୍ଟର ହୋଇଛି । ହୁଣ୍ଡର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ହତ୍ୟା ଯୋଜନା କରିଥିଲା ହୁଣ୍ଡ । ସୂଚନା ପାଇ ପୋଲିସ ତାକୁ ଗୋଡାଇଥିଲା । ପୋଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ ବେଳେ ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି । କାମାକ୍ଷାନଗରରେ ସକ୍ରିୟ ଥିବା କିଙ୍ଗ୍ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ଏ ହେଉଛି ଏକ ମୁଖ୍ୟ ସଦସ୍ୟ ।  ହୁଣ୍ଡ ନାଁରେ ହତ୍ୟା, ଡକାୟତି, ଲୁଟ୍ ଭଳି ଅନେକ ମାମଲା ରହିଛି ।  କୁଖ୍ୟାତ ଅପରାଧୀ ରାକେଶ ନାଥର ଏ ହେଉଛି ମୁଖ୍ୟ ସହଯୋଗୀ ।

Leave A Reply

Your email address will not be published.