ବୈଶାଖୀ ମେଳାର ଦ୍ଵିତୀୟ ଦିନରେ ନାଚ ଗୀତରେ ଝୁମିଲେ ଦର୍ଶକ

ଫୁଲବାଣୀ – କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳାର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଡି ଏସପି ମାନସ ରଞ୍ଜନ ବାରିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳା କନ୍ଧମାଳର କଳା ସଂସ୍କୃତି ଓ ପରମ୍ପରାକୁ ଲୋକ ଲୋଚନକୁ ଆଣିବା ସହ ନୂତନ କଳାକାର ସୃଷ୍ଟି ଦିଗରେ ସହାୟକ ହେବ ବୋଲି କହିଥିଲେ l ଏହି ଅବସରରେ କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ପରିଚାଳନା କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଓ ବୈଶାଖୀ ଉତ୍ସବ ଅଧକ୍ଷ ତଥା ସାମ୍ବାଦିକ ସୁନିଲ୍ ପଟନାୟକ ମୁଖ୍ୟ ଅତିଥି ଶ୍ରୀ ବାରିକ ଙ୍କୁ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଦ୍ୱିତୀୟ ଦିନରେ ନିହାରିକl ଡାନ୍ସ ଗ୍ରୁପ ଓ ଫ୍ରେଣ୍ଡସ୍ ଡାନ୍ସ ଗ୍ରୁପ ର କଳାକାର ମାନଂକ ଆକର୍ଷଣୀୟ ନାଚରେ ଦର୍ଶକ ମତୁଆଲା ହେଇଥିଲେ l ମୁଖ୍ୟ ଅତିଥି ବାରିକ ଦୁଇ ଗ୍ରୁପକୁ ମାନପତ୍ର ଓ ସ୍ମାରକୀ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l କମିଟି କୋଷାଧ୍ୟକ୍ଷ ପ୍ରଶନ୍ନ ସ୍ବାଇଁ ଓ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଉପ ସଭାପତି ସୁଜିତ୍ ବେହେରା, ସଂପାଦକ କାହ୍ନୁ ଚରଣ ଶତପଥୀ, ସଦସ୍ୟl ମୁଷ୍କlନ୍ ସୁଆର, ବିରlଜିନୀ ମହାପାତ୍ର, ନିବେଦିତା ଖlଡଙ୍ଗା, ରୁପମ୍ବିକା ତ୍ରିପାଠୀ, ସୁଭ୍ରା ପଟ୍ଟନାୟକ, ସରସ୍ଵତୀ ସାହୂ, ନିହାରିକl ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l ପ୍ରଧାନ ଶିକ୍ଷକ ସୁର ନାୟକ ସୁନ୍ଦର ଅlଙ୍କରିଂ କରିଥିଲେ ଲ ଏହି ମେଳା ଆସନ୍ତା ୮ତାରିଖ ଯାଏ ଚାଲିବ l

Leave A Reply

Your email address will not be published.