ଚୀନର ଲିୟାଓନିଂରେ ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ଯୋଗୁଁ ୨୨ ଜଣଙ୍କ ଜୀବନ ଚାଲିଯାଇଛି । ନିଆଁ ଲାଗିବା ଯୋଗୁଁ ଅତିକମରେ ୩ ଜଣ ଆହତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ରେଷ୍ଟୁରାଣ୍ଟର ଝରକା ଏବଂ କବାଟରୁ ନିଆଁ ବାହାରୁଥିବା ଦେଖି ଅଗ୍ନିଶମ ଟିମକୁ ଖବର ଦିଆଯାଇଥିଲା । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ନିଆଁ ଲାଗିବା ପରେ ରେଷ୍ଟୁରାଣ୍ଟ ପାଖରେ ଥିବା ବିଲିଡିଂକୁ ଖାଲି କରାଯାଇଛି । ତେବେ ନିଆଁ ପ୍ରଥମେ ରେଷ୍ଟୁରାଣ୍ଟର କିଚେନରେ ଲାଗିଥିବା କୁହାଯାଉଛି ।