କଶ୍ମୀର ଜଙ୍ଗଲରେ ଲୁଚିଛି ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କୀ ହାସିମ ମୁସା, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା

ପହଲଗାମ : ପହଲଗାମ ବୈସରନ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସାକୁ ନେଇ ବଡ଼ ଖବର । ଦକ୍ଷିଣ କଶ୍ମୀରର ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଛି । ମୁସାକୁ ଧରିଲେ କିମ୍ବା ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ପ୍ରଥମେ ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ଥିଲା ପାରା କମାଣ୍ଡୋ ହାସିମ ମୁସା । ପରେ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସଦସ୍ୟ । ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୁସା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୁସା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୧୫ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର୍ସ- ଓସିଜିଡବ୍ଲୁଙ୍କୁ ଜେରା ବେଳେ ହାସିମ ମୁସାର ପାକିସ୍ତାନ ସେନା ବ୍ୟାକଗ୍ରାଉଣ୍ଡ ସଂପର୍କରେ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କବାଦୀଙ୍କୁ ତାଲିମ ଏବଂ କିଟ୍ ଯୋଗାଉଥିବା ସଂସ୍ଥାର ଏକ ସଦସ୍ୟ ହେଉଛି ମୁସା । ତେଣୁ ପହଲଗାମ ଆତଙ୍କୀ ହମଲା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକା ଥିବା ସନ୍ଦେହ କରାଯାଉଛି । ସେହିପରି ଗତବର୍ଷ ଅକ୍ଟୋବରରେ ଗଣ୍ଡେରଓଲ ଓ ବାରମୂଲା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁସା ଷଡଯନ୍ତ୍ରକାରୀ ବୋଲି ଜଣାପଡ଼ିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଏବେ ତଦନ୍ତ କରୁଛି ଏନଆଇଏ । ଏହି ଆକ୍ରମଣରେ ଓସିଜିଡବ୍ଲୁର ସ୍ଥାନୀୟ ନେଟୱାର୍କ ଓ ଦକ୍ଷିଣ କାଶ୍ମୀରର ଆତଙ୍କୀ ପ୍ରୋତ୍ସାହନକାରୀଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.