କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର । ଆଗାମୀ ଜନଗଣନାରେ ଜାତି ଭିତ୍ତିକ ଗଣନା କରାଯିବ । ଜାତି ଜନଗଣନା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଏହାସହିତ ବୈଠକରେ ଚାଷୀଙ୍କ ପାର୍ଇ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ପରେ ବିରୋଧୀ ଜାତି ଜନଗଣନାକୁ ବିରୋଧ କରିଛନ୍ତି । ସେମାନେ କହିଛନ୍ତି, ୧୯୪୭ ପରେ ଜାତି ଜନଗଣନା ହୋଇନାହିଁ । କଂଗ୍ରେସ ଜାତି ଜନଗଣନା ବଦଳରେ ଜାତି ସର୍ଭେ କରିଥିଲା । ତେବେ ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ । ତେଣୁ ତାଙ୍କ ସରକାର ଆସିଲେ ଜାତି ଜନଗଣନା ନିଶ୍ଚୟ କରାଇବେ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ।