‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ

ପହଲଗାମ୍ : ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ । ମଝି ରାତିରେ ପାକିସ୍ତାନୀ ଆତଙ୍କୀଙ୍କୁ ଖୋଜି ଖୋଜି ମାରିଛନ୍ତି ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଭାରତୀୟ ଯବାନ । ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ । ଭାରତ ନେଲା ବଡ଼ ବଦଲା । ଅପରେସନ ସିନ୍ଦୂର । ଯାହା କେବଳ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ । ପହଲଗାମ ଆକ୍ରମଣରେ ଅନେକ ନବବିବାହିତଙ୍କ ସିନ୍ଦୂର ପୋଛିହୋଇ ଯାଇଥିଲା । ଯାହାର ଜବାବରେ ଲୁହ ଓ ଯନ୍ତ୍ରଣାର ପ୍ରତିଧ୍ୱନି ପାଲଟିଛି- ଅପରେସନ ସିନ୍ଦୂର । ୧୯୭୧ ଯୁଦ୍ଧ ପରେ ପାକିସ୍ତାନରେ ପ୍ରଥମ ଥର ପାଇଁ ୩ ଭାରତୀୟ ସେନାର ମିଳିତ ହମଲା । ୯ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ । ଭାରତର ପରାକ୍ରମୀ ସେନା ପାକିସ୍ତାନର ୪ ଓ ପିଓକେର ୫ ଆତଙ୍କୀ ଠିକଣାକୁ ଟାର୍ଗେଟ କରିଛି । ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ଆଡ୍ଡା ଛାରଖାର । ୯ ଆଡ୍ଡାରେ ଆଟାକରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ । ବହୁ ଆହତ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ୪୪ରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ମୁରିଦକେ, ବାହାଲୱାପୁର, ଚକ ଅମ୍ରୁ, ଭିମ୍ବରେ, ଗୁଲପୁର, ସିଆଲକୋଟ ଓ ମୁଜାଫରବାଦର ଦୁଇଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆଟାକ କରାଯାଇଛି । ବାହାଲପୁର ଅନ୍ତର୍ଜାତୀୟ ସୀମାରେଖା ଠାରୁ ପ୍ରାୟ ଶହେ କିମି ଦୂରରେ ।

Leave A Reply

Your email address will not be published.