ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପାକିସ୍ତାନର ଲଗାତାର ଆକ୍ରମଣ ପରେ ଭାରତ ଅପେରସନ ସିନ୍ଦୁର ଆରମ୍ଭ କରିଛି । ଭାରତ ଆତଙ୍କବାଦୀଙ୍କ ବିରୋଧରେ ବଡ ପଦକ୍ଷେପ ନେଇଛି । ମଙ୍କଳବାର ପ୍ରାୟ ୧.୩୦ ସମୟରେ ପାକିସ୍ତାନର ୯ଟି ସ୍ଥାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି । ଯାହାର ନାଁ ’ଅପରେସନ ସିନ୍ଦୁର’ରଖାଯାଇଛି । ଭାରତୀୟ ସେନା ପାକିସ୍ତାନର ୨ଟି ଏବଂ Pokର ୪ଟି ସ୍ଥାନକୁ ଟାର୍ଗେଟ କରିଥିଲେ । ଗୁଇନ୍ଦାର ସୂଚନାନୁକ୍ରମେ ଭାରତ ଲସ୍କର ଓ ଜୈଶ ଉପରେ ଆକ୍ରମଣ କରିଛି । ତେବେ କେତେ ଦୂରରେ ଏବଂ କେଉଁ ସ୍ଥାନରେ ଏହି ଅପରେସନକୁ କାର୍ଯ୍ୟକାରୀ କରାଯାଇଥିଲା ଆସନ୍ତୁ ଜାଣିବା ।
ଭାରତ ଏହି ଅପରେସନ କାର୍ଯ୍ୟ ୧୫ କିଲୋମିଟରଠାରୁ ୧୦୦କିଲୋମିଟର ମଧ୍ୟରେ କରିଥିଲା । ଯେଉଁଥିରେ ପ୍ରଥମେ

୧.ବହାୱଲପୁର -ଯାହା ପାଖାପାଖି ୧୦୦କି.ମି ଦୂରରେ ଥିଲା । ଏହା ଜୈଶ ମହମ୍ମଦଙ୍କ ମୁଖ୍ୟାଳୟ ଥିଲା ।
୨.ମୁରୀଦକେ – ଆତଙ୍କବାଦୀ ବର୍ଡରଠାରୁ ୩୦କି.ମି ଦୂରରେ ଥିଲା । ଯେଉଁଠିକି ଆତଙ୍କବାଦୀ ଶିବିର ଥିଲା । ଯିଏ ୨୬/୧୧ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲା ।
୩.ଗୁଲପୁର – ଏହି ଆତଙ୍କବାଦୀ ଆଡ୍ଡା Locଠାରୁ ୩୫କି.ମି ଦୂରରେ ଥିଲା ।
୪.ଲସ୍କର କ୍ୟାମ୍ପ ସୱାଇ – ଆତଙ୍କବାଦୀ ଆଡ୍ଡା ପିଓକେ ତଙ୍ଗଧାର ସେକ୍ଟରର ୩୦ କି.ମି ମଧ୍ୟରେ ରହିଛି ।
୫.ବିଲାଲ କ୍ୟାମ୍ପ – ଆତଙ୍କବାଦୀଙ୍କୁ ସୀମା ଆରପାରିକୁ ପଠାଯିବା ପାଇଁ ବ୍ୟବହାର କରାଯାଉଥିଲା ।
୬. କୋଟଲି – ଯାହା ଏଲଓସିଠାରୁ ୧୫କି.ମି ଦୂରରେ ଲସ୍କର ଶିବିରଟି ଥିଲା । ଯାହା ୫୦ ରୁ ଅଧିକ ଆତଙ୍କବାଦୀଙ୍କୁ ରଖିବାର ଆଡ୍ଡା ଥିଲା ।
୭. ବର୍ଣ୍ଣାଲା କ୍ୟାମ୍ପ – ଆଡ୍ଡା ନିୟନ୍ତ୍ରଣ ରେଖାଠାରୁ ୧୦କି.ମି ଦୂରରେ ଥିଲା ।
୮. ସରଜଲ କ୍ୟାମ୍ପ – ବିପରୀତ ଆନ୍ତର୍ଜାତୀୟ ସୀମାଠାରୁ ୮ କିଲୋମିଟର ଦୂରରେ ଜୈଶର ତାଲିମ କେନ୍ଦ୍ର।
୯. ମେହମୁନା ଶିବିର – ଏହା ଅନ୍ତର୍ଜାତୀୟ ସୀମାରେଖାଠାରୁ ୧୫ କି.ମି ଦୂରରେ ଥିଲା ।
ଅନ୍ୟପଟେ ସୂଚନା ମିଳୁଛି ଯେ, ପାକ୍ ର ୬ଟି ସ୍ଥାନରେ ୨୪ ଟି ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୩ଜଣ ଆହତ ହୋଇଛନ୍ତି । ଏହା ପରେ ମଙ୍ଗଳବାର ମଧ୍ୟରାତ୍ରରେ ପାକିସ୍ତାନ ଗୁଳିବର୍ଷଣ କରିଥିଲା ଯେଉଁଥିରେ ଭାରତୀୟ ସେନା ୩ଜଣ ପ୍ରାଣ ହରାଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି ।