ଭୁବନେଶ୍ୱର : ପହଲଗାମର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନରେ ଭାରତର ଅପରେସନ୍ ସିନ୍ଦୂର ଆରମ୍ଭ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଓ ପିଓକେରେ ସେନାର ପ୍ରଚଣ୍ଡ ହମ୍ଲା ହୋଇଛି । ପାକିସ୍ତାନର ଆତଙ୍କୀ ଶିବିରରେ ମିସାଇଲ୍ ଆଟାକ୍ ହୋଇଛି । ଏଥିରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବହୁ ଆହତ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ୪୪ରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ପାକିସ୍ତାନ ଉପରେ ଭାରତର ଏପରି ପ୍ରତିଶୋଧକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ‘X’ ପୋଷ୍ଟରେ ଜୟହିନ୍ଦ #JaiHind ଲେଖିଛନ୍ତି । ଭାରତୀୟ ସେନାକୁ ଅପରେସନ ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।