ଅପରେସନ ସିନ୍ଦୂର : ଆମେରିକା,ଋଷ୍ ସମେତ ଅନ୍ୟ ଦେଶକୁ ଆକ୍ରମଣର ସୂଚନା ଦେଲା ଭାରତ

ଅପରେସନ ସିନ୍ଦୂର : ଭାରତର ଅପରେସନ ସିନ୍ଦୂର । ପାକିସ୍ତାନରେ ଆତଙ୍କୀ ଆଡ୍ଡାରେ ହମଲା ପରେ ୫ ରାଷ୍ଟ୍ରଙ୍କୁ ଅବଗତ କରାଇଲା ଭାରତ । ଆମେରିକା, ବ୍ରିଟେନ, ସାଉଦିଆରବ, ୟୁଏଇ, ରୁଷକୁ ଅବଗତ କରାଯାଇଛି । ଏହି ୫ଟି ରାଷ୍ଟ୍ରର ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗତ ଦୁଇ ସପ୍ତାହ ଧରି ଯୋଗାଯୋଗରେ ଅଛନ୍ତି । ମେ ୬ ଓ ୭ ତାରିଖ ରାତିରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଓ ପାକ ଅଧିକୃତ କାଶ୍ମୀରରେ ଆତତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା । ଭାରତର ଆକ୍ସନ ନିର୍ଦ୍ଦିଷ୍ଟ ଥିଲା ।ଏଥିରେ ପାକିସ୍ତାନର ସାଧାରଣ ନାଗରିକ, ଅର୍ଥନୈତିକ କିମ୍ବା ସାମରିକ ସଂସ୍ଥାକୁ ହିଟ କରାଯାଇନାହିଁ । କେବଳ ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରାଯାଇଛି । ସୂଚନାନୁଯାୟୀ, ଭାରତ ବୁଧବାର ଅର୍ଥାତ୍ ଆଜି ଆମେରିକା, ଋଷ୍, ୟୁକେ ଏବଂ ସାଉଦି ଆରବ ସହିତ ଅନ୍ୟାନ୍ୟ ଦେଶକୁ ପୋଗାଯୋଗ କରାଯାଇଛି । ଦେଶମାନଙ୍କୁ ଅପରେସନ ସିନ୍ଦୂର ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି । ଏହି ସବୁ ଦେଶ ବିକାଶ ସମ୍ପର୍କରେ ଅବଗତ କରିଛନ୍ତି । ଯାହା ପରେ ଡୋନାଲ୍ଡ ଟ୍ରମ୍ପ୍ ପ୍ରତିକ୍ରିୟା ରଖିବାକୁ ଯାଇ ଏକ ପ୍ରେସମିଟର ଆୟୋଜନ କରିଛନ୍ତି ।  ଯେଉଁଥିରେ ସେ କହିଛନ୍ତି ଯେ, “ଦେଶ ଜାଣିଛି କିଛି ଘଟିବାକୁ ଯାଉଛି ଏବଂ ଏହା ବହୁତ ଶୀଘ୍ର ଶେଷ ହେବ”। ଅନ୍ୟପଟେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସୂଚନା ଆଧାରରେ ବିବୃତି ଜାରି ହୋଇଛି । ଆତଙ୍କବାଦୀ ଓ ଏହାର ଭିତ୍ତିଭୂମି ଉପରେ ପାକିସ୍ତାନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭାରତ ଆଶା ରଖିଛି । ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଲୋଚନା କରିଛନ୍ତି । ଭାରତର ଅପରେସନ ସଂପର୍କରେ ତାଙ୍କୁ ଅବଗତ କରାଇଛନ୍ତି । ପରିସ୍ଥିତିର ସେ ମନିଟରିଂ କରୁଛନ୍ତି ବୋଲି ମାର୍କୋ ରୁବିଓ କହିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି । ଆକ୍ରମଣ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ କହିଛନ୍ତି ଯେ, ଏହାର ଉଚିତ୍ ଜବାବ ଦେବାର ଅଧିକାର ମଧ୍ୟ ପାକିସ୍ତାନର ରହିଛି ।  ପାକିସ୍ତାନ ଦାବି କରିଛି ଯେ, ଭାରତ ରାଫେଲ ବିମାନ, ୧ଏସୟୁ-୩୦ ଏବଂ ୧ମିଗ-୨୯କୁ ଖସାଇ ଦେଇଛି । କିନ୍ତୁ ଏ ବାବଦରେ ଭାରତୀୟ ସେନାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.