‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଡରିକି ଛାନିଆ। ତେଣୁ ଭାରତର ମୁକାବିଲା କରିବାକୁ ଅସମର୍ଥ ଏହି ଦେଶ ଟାର୍ଗେଟ୍ କରୁଛି ଏଲଓସିରେ ରହୁଥିବା ସାଧାରଣ ନାଗରିକଙ୍କୁ । ପହଲଗାମ୍ ନରସଂହାର ପରେ ଭାରତ କାଳେ ଆକ୍ରମଣ କରିବ ସେହି ଭୟରେ ପାକିସ୍ତାନ ଯୁଦ୍ଧ ବିରତି ନମାନି ଗୁଳି ଚାଳନା ଜାରି ରଖିଥିଲା । ହେଲେ ଆଜି ସବୁ ସୀମା ପାର କରି ନିରୀହ ଲୋକଙ୍କୁ ମାରିଛି । ପାକିସ୍ତାନ ଯବାନମାନେ ଏଲଓସିରେ ଅନବରତ ଗୁଳି ଚାଳନା କରୁଛନ୍ତି । ଏହି ଗୁଳି ଚାଳନାରେ ୬ରୁ ଅଧିକ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି । ନିୟନ୍ତ୍ରଣ ରେଖା ସଂଲଗ୍ନ ପୁଞ୍ଚ ଜିଲ୍ଲାର ସୀମାନ୍ତ ଗାଁ ଗୁଡିକରେ ପାକିସ୍ତାନର ଆକ୍ରମଣରେ ନିରୀହ ଲୋକରଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନର ଜବାବରେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି । ପାକିସ୍ତାନର ଏହି ଆକ୍ରମଣ ପରେ କଶ୍ମୀର ପ୍ରଶାସନ ବି ସତର୍କ ହୋଇ ଯାଇଛି । ଗୋଟେ ପଟେ ଜମ୍ମୁ-କଶ୍ମୀରର ସୀମାବର୍ତ୍ତୀ ଅଞ୍ଚଳର ସମସ୍ତ ସ୍କୁଲ ଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟପଟେ ପଞ୍ଜାବର ଫିରୋଜପୁର ଏବଂ ଫାଜିଲକା ଜିଲ୍ଲାରେ ସ୍କୁଲ୍ ଗୁଡିକ ବନ୍ଦ ରଖାଯାଇଛି । ଦିଲ୍ଲୀ-ଏନସିଆରରେ ବି ଆଜି ଶୀଘ୍ର ସ୍କୁଲ୍ ବନ୍ଦ କରିଦିଆଯାଇଛି । ସେହି ସମୟରେ, ରାଜସ୍ଥାନ ସରକାର ପାକିସ୍ତାନ ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ସ୍କୁଲକ ଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକୃତ କଥା ହେଲା ସରକାର ଚାହାନ୍ତି ନାହିଁ ଯେ ପାକିସ୍ତାନ ସହିତ ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କର କୌଣସି କ୍ଷତି ନହେଉ । ଏପଟେ ଚଣ୍ଡିଗଡ଼ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି । ସେନା ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଛି । ଏଠାରୁ ସବୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି । ଏଠାରୁ କୌଣସି ବିମାନ ଅବତରଣ କିମ୍ବା ଉଡ଼ାଣ କରିବ ନାହିଁ । ବର୍ତ୍ତମାନ ଚଣ୍ଡିଗଡ଼ ବିମାନ ବନ୍ଦର ସମ୍ପୂର୍ଣ୍ଣ ଭାବରେ ସେନା ନିୟନ୍ତ୍ରଣରେ ରହିଛି । ପ୍ରଶାସନ ସକାଳେ ହିଁ ଏହି ବିମାନବନ୍ଦରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଆଜି ଏଠାରୁ ଛାଡିବାକୁ ଥିବା ମୋଟ୍ ୫୨ଟି ବିମାନର ଉଡ଼ାଣକୁ ବାତିଲ କରାଯାଇଛି । ଏଲଓସି ବା ଲାଇନ୍ ଅଫ୍ କଂଟ୍ରୋଲରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ବଙ୍କରରେ ରହିବାକୁ କୁହାଯାଇଛି । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ମଙ୍ଗଳବାର ରାତି ୧.୩୦ ମିନିଟ୍ । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତ । ଏହି ଆକ୍ରମଣର ନା’ ଅପରେସନ ସିନ୍ଦୂର’ ରଖାଯାଇଛି । ଭାରତ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଦେଇଛି ଭାରତ । ପାକିସ୍ତାନର ୪ ଓ ପିଓକେର ୫ଟି ସ୍ଥାନରେ ଭୀଷଣ ଆକ୍ରମଣ ହୋଇଛି । ମୁଜାଫାରବାଦ, ବହାୱାଲପୁର, କୋଟ୍ଲିରେ ଏୟାରଷ୍ଟ୍ରାଇକ ହୋଇଛି । ଚକ୍ ଆମ୍ରୁ, ଗୁଲପୁର ଭୀମବେର ଓ ମୁରିଦ୍ କେରେ ବୋମାବର୍ଷଣ । ସିଆଲକୋଟ ନିକଟସ୍ଥ ଆତଙ୍କୀ ଆଡ୍ଡାରେ ମଧ୍ୟ ବୋମାବର୍ଷଣ ହୋଇଛି । ୯ ଆଡ୍ଡାରେ ଆଟାକରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବହୁ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ଭାରତୀୟ ସେନାର ସୂଚନା ଅନୁସାରେ, ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକ୍ରମଣ କରାଯାଇ ନାହିଁ । କେବଳ ଆତଙ୍କୀଙ୍କ ଶିବିରକୁ ଟାର୍ଗେଟ୍ କରାଯାଇଛି । ହେଲେ ପାକିସ୍ତାନ ଆତଙ୍କୀଙ୍କ ଜରିଆରେ ହେଉ କିମ୍ବା ଏହାର ଯବାନମାନେ ଭାରତର ସାଧାରଣ ନାଗରିକଙ୍କୁ ଉପରେ ଗୁଳି ବର୍ଷଣ କରୁଛନ୍ତି । ଯାହାଫଳରେ ଏଲଓସିରେ ଏଭଳି ସ୍ଥିତି ଉପୁଜିଛି ।