କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ଉଦ୍‌ଯାପନୀ ଉତ୍ସବ

ଫୁଲବାଣୀ – କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ର ଗୁରୁବାର ଥିଲା ଉଦ୍‌ଯାପନୀ ଉତ୍ସବ । ପାଗ ଅନୁକୂଳ ଥିବାରୁ ଗତ ପାଞ୍ଚ ଦିନ ହେଲା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳାରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥ୍‌ ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରମେଶଚନ୍ଦ୍ର ଜେନା, ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପରାମର୍ଶ ଦାତା ଡ.ଅରୂପ ଜେନା, ବରିଷ୍ଠ ଆଇନଜୀବି ତଥା ଆଦିବାସୀ ନେତା ଲମ୍ବୋଦର କହଁର ଯୋଗଦେଇ ପ୍ରଥମ କରି ଜିଲ୍ଲାରେ ଅତି ସୁନ୍ଦର ଭାବେ ଶାନ୍ତି ଶୃଙ୍ଖଳାର ସହ ଏତେ ସୁନ୍ଦର ଆକର୍ଷଣୀୟ ମେଳା ଆୟୋଜନ କରିଥିବାରୁ ବରିଷ୍ଠ ସାମ୍ବାଦିକ ତଥା ମେଳାର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, ସାମ୍ବାଦିକ ତଥା କାର୍ଯ୍ୟକାରୀ ଅଧକ୍ଷ ବୈଶାଖୀ ଉତ୍ସବ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ୍ ଜଣାଇଥିଲେ । ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବାକୁ କହିଥିଲେ । ସେହିପରି କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର, ପ୍ରମୁଖ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବଦ୍ଧିତ କରିଥିଲେ । ସେହିପରି ଉଦ୍‌ଯାପନୀ ଦିବସରେ କମିଟିର ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ଉପାଧକ୍ଷ ରାଧାମୋହନ ମହାପାତ୍ର ସମ୍ପଦକ କାହ୍ନୁ ଚରଣ ଶତପଥୀ, ଉପସଭାପତି ସୁଜିତ ବେହେରା, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସ୍ଵାଇଁଙ୍କ ସମେତ ସଦସ୍ୟ ଦିନେଶ ବେହେରା, ସଦସ୍ୟା ଶିବାନୀ ସୁଆର, ବିରଜିନି ମହାପାତ୍ର, ଶୁଭ୍ରା ପଟ୍ଟନାୟକ, ସରସ୍ଵତୀ ସାହୁ, ରୁପୟିକା ତ୍ରିପାଠୀ, ନିହାରିକା ମହାନ୍ତିଙ୍କ ସମେତ ଗାଡି ମଟର, ବାଇକ, ବିଦ୍ୟୁତ୍ ସାମଗ୍ରୀ ଷ୍ଟଲ, ବ୍ରହ୍ମପୁରର ପୁଷ୍ଟି ଲାଇଟ ଏଣ୍ଡସାଉଣ୍ଡ ବ୍ରହ୍ମପୁର, ଉଦ୍‌ଘୋଷକ ଭାବେ ସାମ୍ବାଦିକ ଅଶୋକ ମହାନ୍ତି, ସୁରପ୍ରସାଦ ନାୟକ, ଦେବାଶିଷ ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ ହୋଇଥିଲେ । ଶେଷ ଦିନରେ ମୀନାବଜାର ଓ ମେଳାର ସମସ୍ତ ଷ୍ଟଲ୍‌ରେ ଜିନିଷ କିଣିବା ପଇଁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଉଦ୍‌ଯାପନୀ ଅବସରରେ ସମ୍ବଲପୁରୀ ନୃତ୍ୟ ହାଏର କନହା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.