ଓଡ଼ିଶା ଫେରୁଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ

ବାଲେଶ୍ବର – ଅପରେସନ ସିନ୍ଦୂରକୁ ନେଇ ସାର ଦେଶରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଭାରତ୍ ଉଚିତ୍ ଜବାବ ଦେଉଛି ପାକିସ୍ତାନକୁ । ଏହି ଯୁଦ୍ଧର ଘନଘଟା ଭିତରେ ସୁରକ୍ଷିତ ଭାବରେ ଓଡ଼ିଶା ଫେରୁଛନ୍ତି ଜମ୍ମୁ କାଶ୍ମୀରରେ ପଢୁଥିବା ଛାତ୍ରଛାତ୍ରୀ । ଖୁସିରେ ଝିଅ ପରିବାର ଲୋକେ ଝିଅକୁ କୋଳେଇ ନେଉଛନ୍ତି । ସତେ ଯେମିତି ଲାଗୁଛି ଝିଅକୁ ପାଇ ପିଣ୍ଡରେ ପ୍ରାଣ ପଣିଯାଇଛି ପରିବାର ଲୋକଙ୍କର । କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ସହଯୋଗରେ ବାଲେଶ୍ଵରରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀ । ସମସ୍ତେ ଜମ୍ମୁର ସେଣ୍ଟ୍ରାଲ ସଂସ୍କୃତ ୟୁନଭରସିଟିରେ ପଢୁଥିଲେ । ସେଠାକାର ସ୍ଥିତି ବିଗିଡ଼ିବା ପରେ ୟୁନିଭରସିଟି ପକ୍ଷରୁ ସେମାନଙ୍କୁ ଦିଲ୍ଲୀ ପଠା ଯାଇଥିଲା । ଦିଲ୍ଲୀରୁ ସେମାନେ ପ୍ରଶାସନ ସହଯୋଗରେ ବାଲେଶ୍ୱର ପହଞ୍ଚି ଥିବା କହିଛନ୍ତି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଗଞ୍ଜା ଗ୍ରାମର ଗୀତାଞ୍ଜଳି ଜେନା ଜମ୍ମୁ ସ୍ଥିତ ସେଣ୍ଟ୍ରାଲ ସଂସ୍କୃତ ୟୂନିଭରସିଟିରେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରେ ତାଙ୍କର ପରିବାର ଲୋକେ ଝିଅର ଘରକୁ ଫେରିବା ନେଇ ଆଶଙ୍କାରେ ଥିଲେ । ଆଜି ଘରେ ପହଞ୍ଚିବା ପରେ ଚିନ୍ତାଗ୍ରସ୍ତ ଥିବା ପରିବାର ଲୋକେ ଖୁସି ବ୍ୟକ୍ତ କରିବା ସହ ସରକାରଙ୍କୁ ଧନ୍ଯବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.