କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ୨୦୨୫ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କୁ ସମ୍ୱର୍ଦ୍ଧନା

ଫୁଲବାଣୀ- କନ୍ଧମାଳ ଜିଲ୍ଲା ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା -୨୦୨୫ କମିଟି ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ, ସାମ୍ବାଦିକ ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଙ୍କୁ ସାକ୍ଷାତ କରି ବୈଶାଖୀ ମହୋତ୍ସବ ଓ ବାଣିଜ୍ୟ ମେଳା -୨୦୨୫ ର ମୋମେଣ୍ଟମ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ମୋମେଣ୍ଟମ୍ ଗ୍ରହଣ କରିବା ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଖୁସି ବ୍ୟକ୍ତ କରିବା ସହ ଛୁଟି ରେ ରହି ଥିବlରୁ ବୈଶାଖୀ ମେଳାରେ ଉପସ୍ଥିତ ହୋଇ ପାରିନଥିବା କହିଥିଲେ l ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀଙ୍କ ଆନ୍ତରିକ ସହଯୋଗ ଯୋଗୁଁ ବୈଶାଖୀ ଉତ୍ସବ ଓ ମେଳା ୨୦୨୫ ଶାନ୍ତି ଶୃଙ୍ଖଳା ର ସହ ଅନୁଷ୍ଠିତ ହେଇଥିବାରୁ ଉତ୍ସବ ପାଳନ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରଯାଇଥିଲା l

Leave A Reply

Your email address will not be published.