ବଲୁଚିସ୍ତାନ ପ୍ରାନ୍ତରେ ସ୍କୁଲ ବସରେ ବିସ୍ଫୋରଣ, ୪ ପିଲା ମୃତ , ୩୮ ଆହତ

fulbani poura parisada

ପାକିସ୍ତାନ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣ ହେବା ଯୋଗୁଁ ସ୍କୁଲ ବସରେ ଥିବା ପିଲାଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆତ୍ମଘାତୀ ବସିଥିବା ଏକ କାର୍ ସିଧାସଳଖ ଯାଇ ସ୍କୁଲ ବସ୍ ସହିତ ଧକ୍କା ହୋଇଥିଲା । ଏହି ଘଟଣା ବଲୁଚିସ୍ତାନ ପ୍ରାନ୍ତର ଖୁଜଦାରରେ ହୋଇଛି । ପାକିସ୍ତାନ ନ୍ୟୁଜ ୱେବସାଇଟ ଡନ୍ ମୁତାବକ, ସ୍କୁଲ ବସ୍ ଜିରୋ ପଏଣ୍ଟ ପାଖରେ ଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ତେଣୁ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ କ୍ବୋଟା ଏବଂ କରାଚୀ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ଗୃହ ମନ୍ତ୍ରୀ ମୋହସିନ ନକଭି ନିନ୍ଦା କରିଛନ୍ତି । ସେ କହିଛନ୍ତି, ପିଲାଙ୍କୁ ଟାର୍ଗେଟ କରିଥିବା ଆକ୍ରମଣକାରୀଙ୍କୁ କୌଣସି ଅବସ୍ଥାରେ ମଧ୍ୟ ଛଡାଯିବ ନାହିଁ । ଏହା ସହିତ ଘଟଣାରେ ପ୍ରାଣ ହରାଇଥିବା ପିଲାଙ୍କ ପରିବାର ପ୍ରତି ସମବେଦନା ଜାରି କରିଛନ୍ତି । ଏହି ଘଟଣା ଦେଶରେ ଅସ୍ଥିରତା ଉତ୍ପନ୍ନ କରିବା ପାଇଁ ଏକ ଷଡଯନ୍ତ୍ର ।

057 code kasam
Leave A Reply

Your email address will not be published.