କନ୍ଧମାଳ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ତେବେ ଚଳିତ ବର୍ଷ କଫି ବଗିଚା ପରିସରରୁ ଗୋଲମରିଚ ତୋଳିବା କାର୍ଯ୍ୟ ସରିଯାଇଛି। ଏହି କଫି ବଗିଚା ମୃଷିକା ସଂରକ୍ଷଣ ବିଭାଗ ଦ୍ବାରା ପରିଚାଳିତ ହୋଇଥିଲେ ବି କଫି ଓ ଗୋଲ ମରିଚ ସଂଗ୍ରହ ଓ ବିକ୍ରୀ ଦାୟିତ୍ବ ବାଲିଗୁଡା ସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଜରିଆରେ ଟିଡି ସି ସି କୁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଟି ଡି ସି ସି ୧୯କୁଇଣ୍ଟାଲ ଗୋଲମରିଚ ସଂଗ୍ରହ କରିଥିବା ଆଇ ଟି ଡି ଏ ପି ଏ କୃପାସିନ୍ଧୁ ବେହେରା କହିଛନ୍ତି | ଆଗକୁ ଅଧିକ ଯେପରି ଅମଳ ହେବ ସେଥୂପ୍ରତି ଦୃଷ୍ଟି ଦେବେ ବୋଲି ବେହେରା କହିଛନ୍ତି । ଏ ସବୁ ଗୋଲମରିଚ ଟି ଡି ସି ସି ଗୋଦାମ ରେ ସୁରକ୍ଷିତ ଭାବେ ରଖାଯିବ ବୋଲି ସେ ଅହୁରି କହିଛନ୍ତି । ତେବେ ଦାରିଙ୍ଗିବାଡ଼ିରେ କଫି ଫଳ ଚେରି ତୋଳା ସାରିବା ପରେ ଏହାର ପରବର୍ତୀ ପ୍ରକ୍ରିୟାକରଣ କରାଯାଏ ଏବଂ ଫିଲ୍ଟର ଏବଂ ଇନଷ୍ଟାଣ୍ଟ କଫି ପାଉଡର ତିଆରି ପାଇଁ TDCCOL ସୁନାବେଢା କଫି ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ପଠାଯାଏ। ପରିଶେଷରେ ବ୍ୟବହାର ଉପଯୋଗୀ କଫି ପାଉଡର ପ୍ରସ୍ତୁତ ହୋଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ପଠା ଯାଇଥାଏ । ସେହିପରି ଗୋଲମରିଚ ମଧ୍ୟ ଅମଳ ଏବେ ଶେଷ ହୋଇଛି, ୧୯କୁଇଣ୍ଟାଲ ଗୋଲମରିଚ ଏବେ ଭୁବନେଶ୍ୱରର TDCCOL କେନ୍ଦ୍ରୀୟ ପ୍ରକ୍ରିୟାକରଣ ୟୁନିଟ୍ କୁ ଗଛିତ ରଖିବା ପାଇଁ ପଠାଯାଇଛି । ତେବେ ଏସବୁ ଜିଲ୍ଲା ବିପନ୍ନ ଅଧିକାରି ଉମାକାନ୍ତ ବଳବନ୍ତରାୟ ଉପସ୍ଥିତ ରହି ତଦାରଖ କରିଥିଲେ । ତେବେ ଏଠି କହି ରଖୁଛୁ କଫି ଏବଂ ଗୋଲମରିଚ ଅମଳ ପାଇଁ TDCCOL ବାଲିଗୁଡ଼ା ୩ବର୍ଷ ପାଇଁ ଲିଜ୍ ନେଇଛି।