
କଟକ : କଟକ ବାରଙ୍ଗ ଥାନା ଗୋଡିସାହି ମୁଣ୍ଡଳୀ କେନାଲ ରାସ୍ତାରେ ହାଇଓ୍ବା ଓ ବାଇକ୍ ଧକ୍କାରେ ଦୁଇ ଯୁବକ ମୃତ । ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଟ୍ରକ୍ ଫେରାର । ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠେଇଛି । ଆଜି ସକାଳେ କେନାଲ ରାସ୍ତାରେ ହାଇଓ୍ବା ଟ୍ରକ୍ ଟି ମୁଣ୍ଡଳୀ ଆଡ଼େ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକ୍ ରେ ଆସୁଥିବା ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ ।
