
ରାଇକିଆ : ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ମହାବିଦ୍ୟାଳୟର ଛାତ୍ରୀ କଳା ଏବଂ ବିଜ୍ଞାନ ବିଭାଗରେ ଟପ୍ପର ହୋଇଛନ୍ତି। ସୁଧାକିରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇକିଆରୁ ମୁନି ସାହୁ କଳାରେ ୫୨୬ ମାର୍କ(୮୭.୬୬ ପ୍ରତିଶତ) ରଖି ବିଦ୍ୟାଳୟ ସହ ରାଇକିଆ ବ୍ଲକ ଟପ୍ପର ହୋଇଛନ୍ତି । ସେହିପରି ଜୀବନଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବିଜ୍ଞାନ ବିଭାଗରେ ଏନ. ଶାଇନି ୩୮୦ ମାର୍କ(୬୩.୩୩ ପ୍ରତିଶତ) ରଖି ବିଦ୍ୟାଳୟ ସହ ବ୍ଲକ ଟପ୍ପର ହୋଇଛନ୍ତି । ସୂଚନାନୁଯାୟୀ, ସୁଧାକିରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଇକିଆରୁ ଯୁକ୍ତ ୨ କଳାରେ ମୋଟ ୨୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୯ ଜଣ ଦିତୀୟ ଶ୍ରେଣୀରେ ୭୨ ଜଣ ତୃତୀୟ ଶ୍ରେଣୀରେ ୭୯ ଜଣ ସମୁଦାୟ ୨୦୦ ଜଣ ପାସ ହୋଇ ପାସହାର ୯୩.୮୯ ପ୍ରତିଶତ ରହିଅଛି । ଜୀବନଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ କଳା ପରୀକ୍ଷାରେ ୩୦୫ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୦ ଜଣ, ଦିତୀୟ ଶ୍ରେଣୀରେ ୩୯ ଜଣ , ତୃତୀୟ ଶ୍ରେଣୀରେ ୧୮୨ ଜଣ ପାସ ହୋଇ ପାସହାର ୭୯.୦୧ ପ୍ରତିଶତ ରହିଅଛି । କଳାରେ କାନ୍ତି ପ୍ରଧାନ ୪୭୧ ମାର୍କ ରଖି ୭୮.୫୦ ପ୍ରତିଶତ ସହ ବିଦ୍ୟାଳୟରେ ଟପର ହୋଇଛନ୍ତି । ସେହିପରି ଉକ୍ତ ବିଦ୍ୟାଳୟରେ ବିଜ୍ଞାନ ପରୀକ୍ଷାରେ ମୋଟ ୫୧ ଜଣ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨ ଜଣ, ଦିତୀୟ ଶ୍ରେଣୀରେ ୧୪ ଜଣ, ତୃତୀୟ ଶ୍ରେଣୀରେ ୩୦ ଜଣ ପାସ ହୋଇ ବିଜ୍ଞାନରେ ବିଦ୍ୟାଳୟର ପାସହାର ୮୮.୨୩ ପ୍ରତିଶତ ରହିଛି ।
