ଝିଅକୁ ଦୁଷ୍କର୍ମ ଉଦ୍ୟମରେ ବିଫଳ, ଅଭିଯୁକ୍ତର ତୀରମାଡ଼ରେ ନାବାଳିକାର ବାପା ଆହତ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ତୀରମାଡ଼ ।  ଅଭିଯୁକ୍ତର ତୀରମାଡ଼ରେ ନାବାଳିକାର ବାପା ଆହତ ହୋଇଛନ୍ତି ।  ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଏନେଇ ଠାକୁରମୁଣ୍ଡା ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।  ଠାକୁରମୁଣ୍ଡା ଥାନା ହାତୀଗୋଡ଼ା ଗାଁରେ ଏଭଳି ଘଟଣା ଘଟିଛି ।  ଅଭିଯୋଗ ଅନୁସାରେ ଅଭିଯୁକ୍ତ ରାଧେଶ୍ୟାମ ବାନ୍ଧିଆ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ପ୍ରଥମେ ପୀଡ଼ିତା ନାବାଳିକାର ମାଆ ପ୍ରତିବାଦ କରିଥିଲେ ।  ପରେ ରାତିରେ ନାବାଳିକାର ବାପା ଅଭିଯୁକ୍ତକୁ ଖୋଜାଖୋଜି କରିବାରୁ ସେ ଉତ୍ତ୍ୟକ୍ତ ହୋଇ ତୀର ମାଡ଼ କରିଛି ।

057 code kasam
Leave A Reply

Your email address will not be published.