ଜଳେଶ୍ବର : ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଟ୍ରକରେ ବେଆଇନ ଧାନ ଚାଲାଣ ବେଳେ ଜବତ କଲା ଏନଫୋର୍ସମେଣ୍ଟ ଟିମ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ନାକା ପଏଣ୍ଟ ନିକଟରେ ଚଢ଼ଉ କରି ଏନଫୋର୍ସମେଣ୍ଟ ଟିମ ଧାନ ବୋଝେଇ ଟ୍ରକ ଜବତ କରିଛି । ଜବତ ଟ୍ରକରେ ୨୫୦ କୁଣ୍ଟାଲ ଧାନ ଥିବା ଜଣାପଡ଼ିଛି । ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ଯୋଗାଣ ବିଭାଗ ଏହାର ତଦନ୍ତ କରୁଛି । ଗତ ଦୁଇ ମାସ ହେଲାଣି ରବି ଧାନ ଧାନ ଅମଳ ସରିଛି । କିନ୍ତୁ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବେଆଇନ ଧାନ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏନଫୋର୍ସମେଣ୍ଟ ଟିମ ଏହି ଚଢ଼ଉ କରିଛି । ଓଡ଼ିଶା ସରକାର ଧାନ କୁଇଣ୍ଟାଲ ଉପରେ ୮ ଶହ ଟଙ୍କା ଇନପୁଟ ସବସିଡ ଦେଉଥିବାରୁ ଏହାକୁ ହାତେଇବା ଆଶାରେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଓଡିଶାକୁ ଆସୁଥିବା ଅଭିଯୋଗ ହୋଇଛି ।
