ଭୁବନେଶ୍ୱର: ସୋମବାର ପ୍ରେମିକା ଆଣିଥିଲେ ପ୍ରେମିକ ବିରୋଧରେ ଅଭିଯୋଗ । ଆଜି ପୀଡ଼ିତା ପ୍ରେମିକାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ବାପା । ଅଭିଯୋଗ କରିଥିବା ଯୁବତୀଙ୍କ ୮ ବର୍ଷର ସନ୍ତାନ ଥିବା ଅଭିଯୋଗ । ପୁଅକୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ । ଗତକାଲି ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ତାଙ୍କ ଅଜାଣତାରେ ଅନ୍ୟ ଯୁବତୀଙ୍କୁ ପ୍ରେମିକ ବିବାହ କରିଥିବା ଏତଲା ଦେଇଥିଲେ । କଇଁ କଇଁ ହୋଇ କାନ୍ଦୁଥିଲେ ମହିଳା । ସାତ ଜନ୍ମର ସାଥୀ ହେବାକୁ ପ୍ରତିଶ୍ରୁତି ଦେଇ ୨ଟି ମନ୍ଦିରରେ ଦୁଇ ଦୁଇ ଥର ବାହାଘର ଓ କୋର୍ଟ ମ୍ୟାରେଜ କରିବା ପରେ ମହିଳାଙ୍କ ଦାବି “ମୋତେ ବୋହୁ କରି ନେଇଯାଅ” । ତେବେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ହାଇ ଭୋଲ୍ଟେଜ ଡ୍ରାମା । ସେପଟେ ମୋ ପୁଅର ସବୁ ଲୁଟିନେଇ ମୋ ପୁଅକୁ ଫସାଇଦେଇଥିବା ଅଭଯୋଗ କରିଛନ୍ତି ଯୁବକଙ୍କ ବାପା । ଗତକାଲି ସାବିତ୍ରୀରେ ଲଭ, ସେକ୍ସ ଓ ଧୋକା ଭଳି ଅଭିଯୋଗ ଆଣିଥିବା ପୀଡିତାଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ବାପା । କେବଳ ସେତିକି ନୁହେଁ, ଯୁବତୀ ଜଣଙ୍କ ବିବାହିତା । ତାଙ୍କର ୮ ବର୍ଷର ସନ୍ତାନ ମଧ୍ୟ ଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ପିତା । ପୁଅକୁ ବ୍ଲାକମେଲ କରି ଯୁବତୀ ଜଣଙ୍କ ଲକ୍ଷାଧିକ ଟଙ୍କା ଫୋନ ପେ’ ମାଧ୍ୟମରେ ନେଇଥିବା ବେଳେ ନଗଦ ଟଙ୍କା ଓ ସୁନା ମଧ୍ୟ ନେଇଥିବା ପୁରା ପରିବାର କ୍ୟାମେରା ଆଗରେ କହିଛନ୍ତି । ଗତକାଲି ଯୁବତୀ ଜଣଙ୍କ ଏୟାରପୋର୍ଟ ଥାନାର ଦ୍ୱାରସ୍ଥ ହେବା ସହ ଯୁବକ ଜଣଙ୍କ ତାଙ୍କୁ ମନ୍ଦିରରେ ବିବାହ କରିଥିବା ବେଳେ ତାଙ୍କ ଅଜାଣତରେ ସେ ଅନ୍ୟ ଯୁବତୀଙ୍କୁ ବିବାହ କରିଥିବା ଏତଲା ଦେଇଥିଲେ । ତେବେ କିଏ କହୁଛି ସତ ? ଆଉ କିଏ କହୁଛି ମିଛ ? ସେନେଇ ତଦନ୍ତ ଜାରି ରଖିଛି ପୋଲିସ୍ ।
