ପୁରୀ : ବେଆଇନ ୱାଟର ସ୍ପୋର୍ଟସ କ୍ୟାବିନ ଉପରେ ଚାଲିଲା ବୁଲଡୋଜର। ପୁରୀ ବେଳାଭୂମିରେ ଥିବା M/S ସ୍କାଏ ଡ୍ରାଇଭ୍ ଆଡଭେଞ୍ଚର AND WATER SPORTS ର କ୍ୟାବିନ୍ ଭାଙ୍ଗିଲା ପୁରୀ ପୌରପାଳିକାର ସ୍ବତନ୍ତ୍ର ଟିମ। ୱାଟର ସ୍ପୋର୍ଟସ ସଂସ୍ଥାରେ ପର୍ଯ୍ୟାପ୍ତ ସୁରକ୍ଷା ନଥିବା କାରଣରୁ ଏହାକୁ ଭଙ୍ଗାଯାଇଛି। ପୁରୀ ବେଳାଭୂମିରେ ବେଆଇନ୍ ଜଳକ୍ରୀଡା କରିବା ବେଳେ ବୁଡ଼ିଯାଇଥିଲେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ। ଅଳ୍ପକେ ରକ୍ଷା ପାଇଥିଲେ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି। ସମୁଦ୍ରରେ ବୋଟିଂ କରୁଥିବା ବେଳେ ଓଲଟି ପଡିଲା ସ୍ପିଡ୍ ବୋଟ୍। ପର୍ଯ୍ୟଟକମାନେ ଜଳକ୍ରୀଡ଼ା କରୁଥିବାବେଳେ ଗଭୀର ସମୁଦ୍ରରେ ଓଲଟି ପଡିଥିଲା ବୋଟ୍। ସ୍ପିଡ ବୋଟରେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ ଥିଲେ। ସ୍ପିଡ ବୋଟ୍ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଥିଲା ।
