ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି, ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କଲା କେନ୍ଦ୍ର

ଆଜି କ୍ୟାବିନେଟ ବୈଠକରେ ଖରିଫ୍ ଫସଲ ଏମଏସପି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।  ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ ସରକାର ଧାନ, କପା, ସୋୟାବିନ୍ ଏବଂ ମଟର ସମେତ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି କରିଛନ୍ତି । ଧାନର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୬୯ ଟଙ୍କା ସ୍ଥିର ହୋଇଛି ।  ଯାହା ପୂର୍ବ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ୬୯ ଟଙ୍କା ଅଧିକ। କପାର ନୂଆ ସର୍ବନିମ୍ନ ସହାୟକ ମୂଲ୍ୟ ୭,୭୧୦ ଟଙ୍କା ସ୍ଥିର କରାଯାଇଛି । କପାର ଆଉ ଏକ ପ୍ରକାରର ମଧ୍ୟ ଏମଏସପି ବୃଦ୍ଧି ହୋଇ ୮,୧୧୦ ଟଙ୍କା କରାଯାଇଛି ।  ଯାହା ପୂର୍ବ ଅପେକ୍ଷା ୫୮୯ ଟଙ୍କା ଅଧିକ।  ତେବେ ଏମଏସପି ବୃଦ୍ଧି କାରଣରୁ ସରକାରଙ୍କ ଉପରେ ୨ ଲକ୍ଷ ୭ ହଜାର କୋଟି ଟଙ୍କାର ବୋଝ ପଡ଼ିବ। ଯାହା ପୂର୍ବ ଫସଲ ଋତୁ ତୁଳନାରେ ୭ ହଜାର କୋଟି ଟଙ୍କା ଅଧିକ । ଏଥର ୨୦୨୫-୨୬ ଖରିଫ ଋତୁ ପାଇଁ ଏମଏସପିକୁ କ୍ୟାବିନେଟ୍ ଅନୁମୋଦନ କରିଛି ।  ମୋଟ ବ୍ୟୟ ପରିମାଣ ପ୍ରାୟ ୨,୦୭,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରତ୍ୟେକ ଫସଲ ପାଇଁ ଖର୍ଚ୍ଚ ସହିତ ୫୦ ପ୍ରତିଶତ ହିସାବରେ ନିଆଯାଇଛି । ସେହିଭଳି କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ ୨୦୨୫-୨୬ ପାଇଁ କିଷାନ କ୍ରେଡିଟ୍ କାର୍ଡ ସୁଧ ସବସିଡି ଯୋଜନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୁଧ ସବସିଡି ଯୋଜନା (MISS) ଜାରି ରଖିବାକୁ ଅନୁମୋଦନ ମିଳିଛି । ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ମଧ୍ୟ ସ୍ଥିର ହୋଇଛି ।  ଏହି ଯୋଜନା କିଷାନ କ୍ରେଡିଟ୍ କାର୍ଡ (KCC) ମାଧ୍ୟମରେ ଚାଷୀମାନଙ୍କୁ କମ ସୁଧ ହାରରେ ଋଣ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ରହିଛି ।

057 code kasam
Leave A Reply

Your email address will not be published.