ଭୁବନେଶ୍ବର : ଦିବ୍ୟାଙ୍ଗଙ୍କୁ ୭ ଦିନ ଭିତରେ ବିବାହ ସହାୟତା ରାଶି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଦିବ୍ୟାଙ୍ଗ ଯୁବକ ଯୁବତୀ ଏବଂ ସାଧାରଣ ବ୍ୟକ୍ତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ଖୁବ ଶୀଘ୍ର ଦିଆଯିବ । ସହାୟତା ରାଶି ପାଇଁ ଅନେକ ଆବେଦନକାରୀ ଅପେକ୍ଷାରେ ଥିବା ସମୀକ୍ଷା ବେଳେ ଜଣାପଡ଼ିଛି । ଦିବ୍ୟାଙ୍ଗ ଯୁବକ-ଯୁବତୀ ଏବେ ସାଧାରଣ ବ୍ୟକ୍ତି ମଧ୍ୟରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସହାୟତା ଦେଉଛନ୍ତି । ତେଣୁ ପ୍ରୋତ୍ସାହନ ରାଶି ଦେବାରେ ଅବହେଳା ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଆବେଦନକାରୀ ସହାୟତା ରାଶି ପାଇଁ ଅପେକ୍ଷାରତ ଥିବା ସମୀକ୍ଷା ବେଳେ ସାମ୍ନାକୁ ଆସିଛି । ଆଗକୁ ଯଦି ଏଭଳି ଘଟଣା ସାମ୍ନାକୁ ଆସେ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।
