ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଯାହାର ଭିଡିଓ ଏକ ହେଲିକପ୍ଟରରୁ କଏଦ କରାଯାଇଛି । ଯେଉଁଥିରେ ବିଶାଳ ଆନାକୋଣ୍ଡାକୁ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଯାହାର ଦୃଶ୍ୟ ଖୁବ ଭୟଙ୍କର ରହିଛି । ଯେଉଁଥିରେ ଆନାକୋଣ୍ଡାଗୁଡିକ ଭାସୁଥିବାର ଦେଖାଯାଉଛନ୍ତି । ତେଣୁ କିଛି ଲୋକ ଏହାକୁ ଦେଖିବା ପରେ ଏହାକୁ ’ଆନାକୋଣ୍ଡା ନଦୀ’ ବୋଲି କହୁଛନ୍ତି । ଏହା ଆପଣଙ୍କୁ ସତ ଭଳି ଲାଗୁଛି ନା ? କିନ୍ତୁ ପ୍ରକୃତରେ ଏହା ବାସ୍ତବତାର ଭିଡିଓ ନୁହେଁ ବରଂ ଏହା AI ଦ୍ୱାରା ଭିଡିଓଟିକୁ ବନାଯାଇଛି । ଆଜିକାଲି ଯୁଗରେ ଅସମ୍ଭବ ବୋଲି କିଛି ନାହିଁ । ଜଣେ ଚାହିଁଲେ ସତକୁ ମିଛ ଏବଂ ମିଛକୁ ସତ ମଧ୍ୟ କରିପାରିବ । ଯାହା କିଛି ସମୟ ମଧ୍ୟରେ ସମ୍ଭବ ହୋଇପାରୁଛି । ଏସବୁ କେବଳ ଆଡଭାନ୍ସ ଟେକ୍ନୋଲୋଜି କାରଣରୁ ହୋଇ ପାରୁଛି । ଯାହାକୁ ଆହୁରି ସହଜ କରିଦେଉଛି AI । ଯଦି ଏହି ଭିଡିଓ ସତ ଭାବି କିଛି ଅନୁମାନ କରେ ତେବେ ତା’ ମନରେ କେତେ କ’ଣ ଉଙ୍କି ମାରିବ । କେହି ଯଦି ଭୁଲବଶତଃ ଏହି ନଦୀରେ ପଡ଼ିଯାଏ, ତେବେ ତାଙ୍କର କ’ଣ ହେବ। ସେହି ଆନାକୋଣ୍ଡା ବୋଧହୁଏ ଜଣେ ମଣିଷକୁ ଜୀବନ୍ତ ଗିଳିପାରେ। କିନ୍ତୁ ଏହି ଭିଡିଓକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଏହା AI ରେ ତିଆରି, ଏହା ବାସ୍ତବତା ନୁହେଁ। ତଥାପି, ବିଶ୍ୱରେ ଅନେକ ବଡ଼ ଆନାକୋଣ୍ଡା ଅଛନ୍ତି, ଯାହାର ସର୍ବାଧିକ ଲମ୍ବ 26 ଫୁଟ ପର୍ଯ୍ୟନ୍ତ ମାପ କରାଯାଇଛି। ଏହି ଭିଡିଓରେ ହେଲିକପ୍ଟର ଭିତରୁ AI ଦ୍ବାରା ସୃଷ୍ଟି ହୋଇଥିବା ଆନାକୋଣ୍ଡା ନଦୀକୁ ଦେଖିବାକୁ ମିଳିଛି । ଯେଉଁଠାରେ ଅନେକ ବିଶାଳ ଆନାକୋଣ୍ଡା ପାଣିରେ ପହଁରୁଥିବାର ଦେଖାଯାଉଛି। ଯାହା ପରେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । ମାତ୍ର ୧୦ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲୋକ ଦେଖିଛନ୍ତି ।
