ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା : ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ଅଭିଯୋଗ

ରାୟଗଡ଼ା : ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ଅଭିଯୋଗ । ଓଡିଶା ରକ୍ତ ଭଣ୍ଡାର ରକ୍ତ ନ ଦେବାରୁ ୯ ବର୍ଷୀୟ ରାଜୀବ ଟାକିରିଙ୍କ ଜୀବନ ଯାଇଛି ।  ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଦେହରେ ଜ୍ୱର ଥିବାରୁ ଗତକାଲି ସକାଳେ ପରିବାର ଲୋକେ ରାଜୀବଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।  ଅସୁସ୍ଥ ନାବାଳକର ରକ୍ତର ଆବଶ୍ୟକତା ଥିଲା । କିନ୍ତୁ ଓଡିଶା ରକ୍ତ ଭଣ୍ଡାରରେ ରକ୍ତ ନମିଳିବାରୁ ନାବାଳକଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଦାବିରେ ଓଡିଶା ରକ୍ତ କେନ୍ଦ୍ର ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦେଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ମେଡିକାଲରେ ପୁଲିସ ମୁତୟନ କରାଯାଇଛି ।

057 code kasam
Leave A Reply

Your email address will not be published.