ଓଡ଼ିଶାରେ ସତ୍ତାର ପଟ୍ଟ ପରିବର୍ତ୍ତନକୁ ବର୍ଷେ; ବିଜେପିକୁ ମିଳିଥିଲା ବହୁମତ, କ୍ଷମତାରୁ ହଟିଥିଲା ବିଜେଡି

ଆଜି ହେଉଛି ସେହି ଦିନ, ଯେଉଁଦିନ ବଦଳିଥିଲା ଓଡ଼ିଶା ରାଜନୀତିର ଇତିହାସ ଓ ଭୂଗୋଳ । ଏହା ଭିତରେ ନିର୍ବାଚନକୁ ଗୋଟିଏ ବର୍ଷ ବିତିଛି । ଅନେକ ରାଜନୈତିକ ପରିବର୍ତ୍ତନ ଭିତରେ ଏବେ ୩ ରାଜନୈତିକ ଦଳକୁ ଘାରିଛି ସଙ୍ଗଠନ ଚିନ୍ତା । କାରଣ ଆଗକୁ ଅଛି ପଞ୍ଚାୟତ ପରୀକ୍ଷା । ତେବେ ଆଜିର ଦିନ ଓଡ଼ିଶା ରାଜନୈତିକ ଇତିହାସରେ ଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । ଯେତିକି ଘଟଣାବହୁଳ, ସେତିକ ଚର୍ଚ୍ଚିତ । ଦୀର୍ଘ ୨୪ ବର୍ଷ ଶାସନରେ ଥିବା ବିଜେଡି ସରକାର ଦୁର୍ଗଭାଙ୍ଗି ପ୍ରଥମ ଥର ପାଇଁ ଓଡ଼ିଶାରେ କ୍ଷମତାକୁ ଆସିଥିଲା ଭାରତୀୟ ଜନତା ପାର୍ଟି । ଜୁନ୍‌ ୪, ୨୦୨୪ରେ ବିରାଟ ପଟ୍ଟ ପରିବର୍ତ୍ତନ ଦେଖିଥିଲା ଓଡ଼ିଶା ଆଉ ବିରୋଧୀ ଆସନରେ ବସିଲା ବିଜେଡି । ଅପ୍ରତ୍ୟାଶିତ, ଆକସ୍ମିକ, ସବୁ ଗଣିତ, ସବୁ ଆକଳନକୁ ଓଲଟ ପାଲଟ କରି ପ୍ରଥମ କରି ସରକାରକୁ ଆସିଥିଲା ବିଜେପି । କ୍ଷମତାରୁ ସିଧା ବିରୋଧୀ ଆସନକୁ ଯାଇଥିଲା ବିଜେଡି । ସୁଯୋଗ ଥାଇ ବି ଶାସନ କ୍ଷମତା ପାଖାପାଖି ଯାଇପାରିଲାନି କଂଗ୍ରେସ । ତେବେ ଏହା ଭିତରେ ଗୋଟିଏ ବର୍ଷ ପୂରିଛି,  କିଏ କୋର୍ସ କରେକ୍ସନ୍ କରି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି ତ, କିଏ ପରାଜୟର ପୋଷ୍ଟମର୍ଟମ ନ କରି ଅନ୍ତଃକନ୍ଦଳରେ ଧନ୍ଦି ହେଉଛି ।

ତିନି ଦଳର ବାର୍ଷିକ ରିପୋର୍ଟ

Umasankar Adv

ବିଜେପି

  • କ୍ଷମତାରେ ଥିବା ବିଜେପି ପାଇଁ ସଫଳତାର ବର୍ଷ 
  • ହେଲେ ଦଳ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଓ ଆହ୍ୱାନ
  • ସରକାର ଆଗକୁ ବଢୁଛି, ସଙ୍ଗଠନ କିନ୍ତୁ ଅଧପନ୍ତରିଆ ରହିଛି
  • କିଏ ହେବେ ରାଜ୍ୟ ସଭାପତି, ଛିଡ଼ିପାରୁନି ଅଙ୍କ
  • ମନ୍ତ୍ରିମଣ୍ଡଳ ଅଧାଗଢ଼ା ହୋଇ ପଡ଼ିରହିଛି
  • ନିଗମ, ବୋର୍ଡରେ ଏଯାଏ ନିଯୁକ୍ତି ହୋଇପାରିନି
057 code kasam

ବିଜେଡି

  • ଶାସନରୁ ହଟିବା ପରେ ଜନାଦେଶକୁ ହଜମ କରିପାରୁନି
  • ଦୋଷ ଲଦାଲଦି, କାଦୁଆ ଫିଙ୍ଗାଫିଙ୍ଗିରେ ସୀମିତ ବିଜେଡି ରାଜନୀତି
  • ଶୀର୍ଷ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ ଦେଇ ଦଳ ଛାଡ଼ିଲେ ସାଂସଦ
  • ଏପଟେ ପରାଜୟର ପୋଷ୍ଟମର୍ଟମ୍ କରିପାରିଲେନି ନବୀନ
  • ଦଳ ଭିତରେ ଅସନ୍ତୋଷ, ଗୋଷ୍ଠୀକନ୍ଦଳ, ନେତାଙ୍କ ମେଳି ଚରମସୀମାରେ ପହଞ୍ଚିଛି

କଂଗ୍ରେସ

  • ୨୦୨୪ ନିର୍ବାଚନରେ ଦଳ କିଛିକାଂଶରେ ସଫଳ ହେଲା, ଆସନ ସଂଖ୍ୟା ୯ରୁ ୧୪କୁ ବଢ଼ିଲା
  • ବରିଷ୍ଠ ନେତା ଭକ୍ତ ଦାସଙ୍କୁ ସଭାପତି ଚୌକି ମିଳିଲା
  • କାହିଁକି ହାରିଲା ଦଳ ଏଯାଏଁ ସମୀକ୍ଷା ହେଲାନି
  • ସଙ୍ଗଠନର ହେଲା ଆମୂଳଚୂଳ ପରିବର୍ତ୍ତନ, ହେଲେ ପୁରୁଣା ରୋଗ ଏବେ ବି ଯାଇନି 

ସାମ୍ପ୍ରତିକ ରାଜନୀତିକ ସ୍ଥିତିକୁ ଦେଖିଲେ ତିନି ରାଜନୈତିକ ଦଳ ପାଇଁ ଆଗାମୀ ସମୟ ସହଜସାଧ୍ୟ ନୁହେଁ । ଗୋଟିଏ ବର୍ଷ ବ୍ୟବଧାନ ପରେ ହେବ ପଞ୍ଚାୟତ ଫାଇଟ୍ । ତେଣୁ ଏବେଠୁ ଘର ନ ସଜାଡ଼ିଲେ ପଞ୍ଚାୟତ ପରୀକ୍ଷା ସହଜ ହେବନି । 

057 code kasam
Leave A Reply

Your email address will not be published.