ସକାଳୁ ଅସହ୍ୟ ଗୁଳୁଗୁଳି ; ସାଢ଼େ ୮ଟା ସୁଦ୍ଧା ୩୪ ଡିଗ୍ରି ଟପିଲା ପାରଦ

ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ଗୁଳୁଗୁଳି । ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା । ମୌସୁମୀ ବାୟୁ ବିରାମ ନେବା ପରେ ରାଜ୍ୟରେ ଉପରମୁହାଁ ତାତି । ଗ୍ରୀଷ୍ମ ଲହରି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧୀକ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ବରରେ ୩୩ ଡିଗ୍ରି, ଚାନ୍ଦବାଲିରେ ୩୨.୮ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ଗୋପାଳପୁର ଓ ପାରାଦୀପରେ ୩୧.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ସକାଳୁ ଆର୍ଦ୍ରତା ୭୩.୬ ପ୍ରତିଶତ ରହିଛି । ଗତକାଲି ଅପରାହ୍ନରେ ସାମାନ୍ୟ ବର୍ଷା ସତ୍ତ୍ବେ ତାତି ଓ ଗରମରେ କୌଣସି ପ୍ରଭାବ ପଡ଼ିନାହିଁ । 

057 code kasam
Leave A Reply

Your email address will not be published.