ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବମନ୍ଦିର କୂଅରେ ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଲୁଦି ପ୍ରଧାନ (୪୦) ପ୍ରାୟ ୩ ଘଣ୍ଟା ଧରି କୂଅରେ ଫଶି ରହିଥିଲେ। ସେଠାରୁ ଅଗ୍ନିଶମ ବାହୀନି ତାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ପ୍ରକାଶ ଯେ, ସୋମବାର ସାରେ ଉକ୍ତ ଶିବମନ୍ଦିର ସାହିର ହଗୁରୁ ପ୍ରଧାନୀଙ୍କ ଏକ ଛେଳି କୂଅରେ ପଡିଯାଇଥିଲା। ତାକୁ ଉଦ୍ଧାର କରିବାକୁ ଲୁଦି କୂଅ ଭିତରେ ପଶିଥିଲେ। ଭିତରେ ଗ୍ୟାସର ପ୍ରଭାବ ଯୋଗୁ ସେ ବେହୋସ ହୋଇ ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନ ଏବଂ ତାଙ୍କ ଦଳ ଓ ଡିଏସପି କନକ କୁମାର ମାଝୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।