ପାକିସ୍ତାନ : ବୁଧବାର ପାକିସ୍ତାନର ପେଶୱାରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୭ । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ହିନ୍ଦୁସ୍ଥଳରେ ପର୍ବତରେ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୨୧୧କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଭୂକମ୍ପ ହେବା ମାତ୍ରେ ଲୋକ ଭୟରେ ଘର ବାହାରୁ ଦୌଡିଥିଲେ । କିନ୍ତୁ ଏହି ଭୂକମ୍ପରେ କାହାର କ୍ଷୟକ୍ଷତି ହୋଇଥିବା ଏପର୍ଯ୍ୟନ୍ତ ସୂଚନା ନାହିଁ ।
ଇସଲାମାବାଦ ଏବଂ ଖାଇବର ପଖତୁନଖ୍ୱାର ମର୍ଦାନ, ସ୍ୱାତ, ନୌଶେରା, ସ୍ୱାବି ଏବଂ ଉତ୍ତର ୱାଜିରିସ୍ତାନର କିଛି ସ୍ଥାନରେ ୫.୩ ତୀବ୍ରତାର ଭୂମିକମ୍ପ ଆସିବାର ପ୍ରାୟ ଏକ ମାସ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳରେ ୨୩୦ କିଲୋମିଟର ଗଭୀରତାରେ ଥିଲା ।

ଏହା ବ୍ୟତୀତ ଗତକାଲି ତାଇଓ୍ବାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୯ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୩୧ କିମି ଗଭୀରରେ ରହିଥିଲା ।