ରଜରେ ଖୋଲା ରହିବ ନନ୍ଦନକାନନ, ୧୭ ତାରିଖରେ ବନ୍ଦ ରହିବ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ନନ୍ଦନକାନନ କର୍ତ୍ତୃପକ୍ଷ ବଡ଼ ନିଷ୍ପତ୍ତି । ସୋମବାର ରଜ ପର୍ବ ତୃତୀୟ ଦିନ ପଡୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲା ରହି ମଙ୍ଗଳବାର ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି ।

ଓଡ଼ିଶାର ଗଣପର୍ବ ରଜ ୧୪ ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ ସଂକ୍ରାନ୍ତି । ରଜ ୩ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ତେଣୁ ସୋମବାର ନନ୍ଦନକାନନର ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ।

Umasankar Adv
Leave A Reply

Your email address will not be published.