ଅହମ୍ମଦାବାଦ: ଆଉ ଏକ ବ୍ଲାକବକ୍ସ ଉଦ୍ଧାର । ଅହମ୍ମଦାବାଦର ବିମାନ ଦୁର୍ଘଟଣାର ୨୮ ଘଣ୍ଟା ମଧ୍ୟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଉଦ୍ଧାର କରିଛି କରିଛି ବ୍ଲାକବକ୍ସ । ବି.ଜେ ମେଡିକାଲ କଲେଜ ହଷ୍ଟେଲର ଛାତ ଉପରୁ ମିଳିଛି । ଏବେ ଦ୍ୱିତୀୟ ବ୍ଲାକବକ୍ସ ମଧ୍ୟ ଉଦ୍ଧାର ହୋଇଥିବାରୁ ତଦନ୍ତରେ ଅଧିକ ସହାୟତ ହେବ । ଉଦ୍ଧାର ବ୍ଲାକବକ୍ସର ଡାଟା ଗୁଡ଼ିକୁ ଏନାଲିସିସ କରାଯାବି ଏବଂ ଦୁର୍ଘଟଣାର କାରଣ ଖୋଜାଯିବ ।
ବିମାନର ବେଗ, ଉଡ଼ୁଥିବା ଉଚ୍ଚତା, ଇଞ୍ଜିନର କାର୍ଯ୍ୟ, ପାଇଲଟ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ମଧ୍ୟରେ କଥାବାର୍ତ୍ତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ । ଅନ୍ୟପଟେ ବୋଇଂ 787-8/9 ଫ୍ଲିଟରେ ଇଞ୍ଜିନ ପାଇଁ ଅତିରିକ୍ତ ସୁରକ୍ଷା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି DGCA..ବୋଇଂ 787 ଫ୍ଲିଟ ଇଞ୍ଜନ ଯାଞ୍ଚ ପାଇଁ ନିର୍ଦ୍ଦେଶ ।

ପ୍ରାଥମିକ ତଦନ୍ତରେ ଇଞ୍ଜିନ, ଫ୍ଲାପ୍ସ ଏବଂ ଲ୍ୟାଣ୍ଡିଂ ଗିଅର ଉପରେ ଧ୍ୟାନ ଦିଆଯାଉଛି । ଇଞ୍ଜିନରେ ଶକ୍ତି ହ୍ରାସ କିମ୍ବା ସଫ୍ଟୱେର ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳ ବୁଲି ଦେଖିିଛନ୍ତି NIA ଏବଂ ଅନ୍ୟ କେନ୍ଦ୍ରୀୟ ସଂସ୍ଥା । ସୁରକ୍ଷା ଏବଂ ସମ୍ଭାବ୍ୟ ଅନ୍ୟ ଦିଗକୁ ଅନୁସନ୍ଧାନ କରୁଛି ଟିମ୍ ।