ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପୂର୍ଣ୍ଣ ତଦନ୍ତ ଆରମ୍ଭ କଲା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ । କାହିଁକି ହେଲା ଦୁର୍ଘଟଣା ତାର କାରଣ ଖୋଜା ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଦନ୍ତକାରୀ ଟିମକୁ ସହଯୋଗ କରିବେ ଗୁଜରାଟ ରାଜ୍ୟ ସରକାରଙ୍କ ୪୦ ଜଣ ଅଧିକାରୀ ।
ଜାତୀୟ ତଦନ୍ତକାରୀ ସଂସ୍ଥ NIA ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆମେରିକା ଓ ବ୍ରିଟେନରୁ ଆସିଛନ୍ତି ତଦନ୍ତକାରୀ ବିଶେଷଜ୍ଞ ଟିମ୍ । ଏମାନେ ତଦନ୍ତ ପ୍ରକ୍ରିୟାରେ ଭାରତୀୟ ଏଜେନ୍ସୀ ଗୁଡ଼ିକୁ ସହାୟତା କରିବେ । ଅନ୍ୟପଟେ ୧୦୦ ଜଣ କେୟାରଗିଭର ଓ ୪୦ ଜଣ ଇଞ୍ଜିନିୟର ଆସି ଅହମ୍ମଦାବାଦରେ ପହଞ୍ଚିଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
