ଫୁଲବାଣୀ- ତିନିଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ପରିବେଶ ରେ କନ୍ଧମାଳ ରଜ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛିl ଉଦଯାପନି ଉତ୍ସଵ ରେ ଅତିଥି ଭାବେ ଫୁଲବାଣୀ ତହସିଲଦାର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଷିନୀ, ଖଜୁରୀପଡ଼ା ତହସିଲଦାର ଶୁଶ୍ରି ଶୁଭଶ୍ରୀ ରଥ ଓଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ର ସହକାରୀ ପ୍ରଫେସର ଅଭିପ୍ସା ବଳ ପ୍ରମୁଖ ଯୋଗ ଦେଇ ଥିଲେ l ସମସ୍ତ ଅତିଥି ଙ୍କୁ ରଜ ମହୋତ୍ସବ କମିଟି-୨୦୨୫ ପକ୍ଷରୁ ଫୁଲତୋଡ଼ା ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରଯାଇଥିଲା l ଏହି ଅବସରରେ ସମସ୍ତ ଅତିଥି ଉତ୍କଳୀୟ କଳା ,ସଂସ୍କୃତି, ଓ ପରମ୍ପରା କୁ ବଜାୟ ରଖିବା ପାଇଁ ରଜ ମହୋତ୍ସବ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, କାର୍ଯ୍ୟ କାରୀ ଅଧ୍ୟକ୍ଷ ତଥା ଯୁବ ସାମ୍ୱାଦିକ ରାଧାମୋହନ ମହାପାତ୍ର ଓ ସଦସ୍ୟ ସଦସ୍ୟା ମାନେ ପ୍ରୟାସ କରି କାର୍ଯ୍ୟ କ୍ରମ କୁ ସଫଳ କରି ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ l ଏହି ଅବସରରେ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ରଜ କୁଇନ୍ ଓ ମିସେସ୍ କନ୍ଧମାଳ ସମେତ ଅନ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତୀ ପ୍ରତିଯୋଗୀ ଙ୍କୁ ଅତିଥୀଗଣ ଓ କମିଟି ଅଧ୍ୟକ୍ଷ ଓ କାର୍ଯ୍ୟକାରି ଅଧ୍ୟକ୍ଷ ପୁରସ୍କୃତ କରିଥିଲେ l ମିସ୍ ରଜ କୁଇନ ଭାବେ ଫୁଲବାଣୀର ଏମ. ବିଜୟ ଲକ୍ଷ୍ମୀ ଦୋରା ଓ ମିସେସ୍ କନ୍ଧମାଳ ଭାବେ ଶ୍ରୀମତୀ ପୁନମ ଚାନ୍ଦ ଙ୍କ ସମେତ ରନର୍ସ ଅପ୍ ଭାବେ ଉଭୟ ପ୍ରତିଯୋଗିତାରେ ୭ ଜଣ ଓ ନୃତ୍ୟ ଗୀତ, ମ୍ୟୁଜିକ୍ ଚେଆର, ଗୁପଚୁପ ଖାଇବା, ଦଉଡ଼ି ଡିଆଁ, ପୁଚୀ, ଲଡୁ, ବୋତଲ ଠିଆ, ମୋତି ମାଳି ବାଛିବା, ମାଳି ଗୁନ୍ଥିବl , ପିଠା ଓ ମିଠା ପ୍ରତିଯୋଗୀତା ର କୃତୀ 27 ଜଣ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ l ସେହିପରି ରଜ ମହୋତ୍ସବ କମିଟି ଅଧ୍ୟକ୍ଷ କାର୍ଯ୍ୟକାରି ଅଧକ୍ଷ ଙ୍କ ସମେତ ସମସ୍ତ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ଅlଙ୍କର ଅଶୋକ ମହାନ୍ତି ଙ୍କୁ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବାରୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସହ ସଂପାଦକ ଏମ.ଡି ଚିଷ୍ଟି, ସମ୍ପlଦକ ନୀଳ ମାଧବ ମିଶ୍ର, ସମାଜ ସେବା ତଥା କୋଷଧ୍ୟକ୍ଷ ପ୍ରସନ୍ନ କୁମାର ସ୍ବାଇଁ,ସାଂସ୍କୃତିକ ସମ୍ପାଦିକା ମୁସ୍କାନ ସୁଆର, ଉପାଧ୍ୟକ୍ଷ ଉମା ଶଙ୍କର ମହାପାତ୍ର, ସଦସ୍ୟl ଅନିତା ପଟ୍ଟନାୟକ, ଶୁଭ୍ରl ପଟ୍ଟନାୟକ, ସ୍ୱାଗତିକା ପଟ୍ଟନାୟକ, ନିହlରୀକା ନାୟକ ଭାରତୀ ପଣ୍ଡା, କାର୍ଯ୍ୟକ୍ରମ ସଂଜୋଜିକା ସୁଭଲକ୍ଷ୍ମି ପାତ୍ର, ସାମ୍ୱାଦିକ ସନ୍ତୋଷ ଦିଗାଲ, ଦିଲ୍ଲିପ କୁମାର ମହାପାତ୍ର ପ୍ରମୁଖ ଓ ଅନ୍ୟମାନେ ଉପସ୍ଥିତ ଥିଲେ l
ଶେଷରେ ରୟାଲ ଡlନ୍ସ ଏମ୍ପାଅର୍ ରଙ୍ଗl ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

Next Post