କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଲୱେ ଷ୍ଟେସନ ଛକ ଓରିଅନ ହୋଟେଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର । ଜୁନାଗଡ଼ ସହର ସ୍ଥିତ ରେଳ ଷ୍ଟେସନ ଛକ ନିକଟରେ ଏକ ଟ୍ରକ ଅଟୋ ଓ ବାଇକ କୁ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ହୋଇଛନ୍ତି । ମୃତ ଜୁନାଗଡ଼ ଥାନା ଏକନାଗୁଡା ଗ୍ରାମର ଜଗଦୀଶ ଢଂଗଡା ମାଝୀ । କ୍ଷତି ପୂରଣ ଦାବିରେ ପରିବାର ଲୋକଙ୍କ ଜୁନାଗଡ଼ ଥାନା ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ଭବାନୀପାଟଣା ବୋରିଗୁମା ଏନ ଏଚ ୨୬ ଅବରୋଧ ଫଳ ଯାତାୟତ ବ।ଧାପ୍ରାପ୍ତ ହୋଇଛି ।