ଗୁଣପୁର : ରଜ ଉପଲକ୍ଷେ ଭୋଜି କରି ଫେରୁଥିବା ବେଳେ ଅଘଟଣ । ଗୁଡାରି ସହର ନିକଟସ୍ତ ଭାଟିଆ ବିଲ ଗାଁ ନିକଟରେ ଭୋଜି କରି ଫେରିବା ବେଳେ ବଜ୍ରଘାତର ଶିକାର । ପ୍ରଥମେ ତିନି ଜଣକୁ ଗୁରୁତର ଅବସ୍ଥାରେ ଗୁଡାରି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହୋଇଥିଲା । ପରେ ୧୦୮ ଗାଡି ଯୋଗେ ଗୁଣୁପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।
ତିନି ଜଣ ଗୁରୁତର ମଧ୍ୟରେ ଗୁଣୁପୁର ମେଡିକାଲରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି । ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ମହିଳା ଗୁଡାରି ମିଲିଢେପ ସାହିର ସୋନାଲି ଗଉଡ, ରୁପାଲି ଗଉଡ । ଅନ୍ୟ ଜଣ ଗୁରୁତର ଯୁବତୀ କାଜଲ ଗଉଡ । ଏହି ଗୁରୁତର ଯୁବତୀଙ୍କୁ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି । ରଜ ଉପଲକ୍ଷେ ୪୦ ଜଣ ମହିଳା ଭୋଜି କରିବା ପାଇଁ ଯାଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।
