ନବରଙ୍ଗପୁର : କୁଣ୍ଢା ବୋଝେଇ ଟ୍ରକ ଓଲଟି ଜଣେ ମୃତ ଚାରି ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ମୈଦଲପୁର ଦେଇ ଯାଇଥିବା ଜାତୀୟ ରାଜପଥ ଜୁନାପାଣି ଘାଟି ନିକଟରେ କୁଣ୍ଢା ବୋଝେଇ ଟ୍ରକ ଓଲଟି ଜଣେ ଶ୍ରମିକର ମୃତ୍ୟୁ ହୋଇଛି ଓ ଡ୍ରାଇଭର ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁରୁ କୁଣ୍ଢା ନେଇ ଏକ ଟ୍ରକ କଳାହାଣ୍ଡି ଜିଲ୍ଲା ଆମପାଣିକୁ ଯାଉଥିଲା । ଓ ଡି ୦୩ଭି ୨୬୮୩ କୁଣ୍ଡା ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଟ୍ରକଟି ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ହିଁ ଶ୍ରମିକ ମଣ୍ଟୁ ନାୟକଙ୍କ ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକ କଳାହାଣ୍ଡି ଜିଲ୍ଲା ବାଞ୍ଜିବାହାଲର ମଣ୍ଟୁ ନାୟକ ବୋଲି ଜଣାପଡିଛି । ଗୁରୁତର ଡ୍ରାଇଭର ତୁଳସୀ ରାମ ନାୟକ ଓ ହେଲ୍ପର ବନମାଳୀ ମାଝୀଙ୍କୁ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହାସହ ଆହତ ଅନ୍ୟ ଶ୍ରମିକ ମାନେ ହେଲେ ଚିନ୍ତା ମାଝୀ ଓ ଗଜ ମାଝୀ ଟ୍ରକରେ ରହିଥିଲେ ସେମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ମୈଦଲପୁର ପୁଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।