ମୋହନା : ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦାନ ଦେଇ ଫେରୁଥିବା ବେଳେ ଗାଡ଼ିର ବ୍ରେକ ଫେଲ ହୋଇ ରାସ୍ତା କଡ଼କୁ ଓଲଟିଲା ପିକ୍ ଅପ୍ ଭ୍ୟାନ୍ । ଯାହା ଫଳରେ ୧୨ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିରିକୋଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଏକ ବିବାହ କାର୍ଯ୍ୟକ୍ରମ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଚର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତେ ହସ ଖୁସିରେ ଫେରୁଥିଲେ । ହେଲେ ଅଡବା ଥାନା ଗୁଲୁବା ମଶାଣୀ ଠାରେ ଥିବା ଘାଟିରେ ଗାଡ଼ିର ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ଭ୍ୟାନ୍ ଟି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
