ଟେଷ୍ଟିଂ ବେଳେ ଫାଟିଲା ଏଲନ ମସ୍କଙ୍କ SpaceX Starship ରକେଟ୍ । ଏହି ରକେଟ୍ ମହାକାଶକୁ ଉଡ଼ିବାର ଅନ୍ତିମ ପର୍ଯ୍ୟାୟରେ ଥିଲା, ଯେଉଁଠାରେ ଏହାର ଷ୍ଟେଟିକ ଫାୟାର ଟେଷ୍ଟିଂ କରାଯାଉଥିଲା । ଏହି ରକେଟ୍ ଆଜି ଭାରତୀୟ ସମୟ ସକାଳ ୯.୩୦ ରେ ଲଞ୍ଚ ହେବାର ଥିଲା, କିନ୍ତୁ ଏହା ଫାୟାର ଟେଷ୍ଟିଂ ସମୟରେ ବିସ୍ଫୋରଣ ହୋଇଥିଲା । ଏହି ରକେଟ୍ ବିସ୍ଫୋରଣ ବିଷୟରେ SpaceX ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ, ପରୀକ୍ଷଣ ସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ସମସ୍ତେ ସୁରକ୍ଷିତ ରହିଛନ୍ତି । ଷ୍ଟାରସିପର ୧୦ମ ଉଡ଼ାଣ ପରୀକ୍ଷଣ ପାଇଁ ସମସତ ପ୍ରକାରର ପ୍ରସ୍ତୁତି କରିସାରିଥିବ ବେଳେ ଟେଷ୍ଟି ଷ୍ଟାଣ୍ଡରେ ଦୁର୍ଘଟଣା ଘଟିଥିଲା । ଆଗାମୀ ଟେଷ୍ଟ ଫ୍ଲାଇଟ୍ ପାଇଁ ଚୟନ କରାଯାଇଥିଲା ଏବଂ ଟେକ୍ସାସର ଷ୍ଟାରବେସ୍ ଫାସିଲିଟିରେ ଏହାର ରୋଟିନ୍ ଇଞ୍ଜିନ୍ ଷ୍ଟାଟିକ୍ ଫାୟାର ଟେଷ୍ଟିଂ କରାଯାଉଥିଲା । ଅଗ୍ନି ପରୀକ୍ଷଣ ସମୟରେ ଜୋରରେ ବିସ୍ଫୋରଣ ହୋଇ ରକେଟ୍ ବ୍ଲାଷ୍ଟ ହୋଇଯାଇଥିଲା । ବିସ୍ଫୋରଣ ପରେ ଆଖପାଖରେ ଥିବା ଲୋକମାନେ ସୁରକ୍ଷିତ ରହିଛନ୍ତି । ତେବେ ସୁରକ୍ଷା ଅଭିଯାନ ଜାରି ରହିବା ଯାଏଁ ଲୋକମାନେ ସେ ସ୍ଥାନକୁ ନ ଯିବାକୁ ଅନୁରୋଧ କରାଯାଇଛି ।