ଗୁଜରାଟ ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବେଶ ଚର୍ଚ୍ଚାରେ ରହିଛି । ଗୁଜରାଟରେ ବିମାନ ଦୁର୍ଘଟଣା ହେବା ପରେ ଲଗାତାର ଏୟାର ଇଣ୍ଡିଆ ବିମାନରେ ସମସ୍ୟା ସାମ୍ନାକୁ ଆସୁଛି । ଏଥିପାଇଁ ଅନେକ ବିମାନ ଉଡ଼ାଣ ବାତିଲ ହେଉଥିବା ବେଳେ କିଛି ଅଧା ଆକାଶରୁ ଫେରିଆସୁଛି । ଏହି କାରଣ ଯୋଗୁଁ ଏୟାର ଇଣ୍ଡିଆ ଏବେ ଅର୍ନ୍ତରାଷ୍ଟ୍ରୀୟ ସେବାରୁ ୧୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ।
ଏୟାର ଇଣ୍ଡିଆର ନିଷ୍ପତ୍ତି ପଛରେ ସିକ୍ୟୁରିଟି ଯାଞ୍ଚ, ଯାନ୍ତ୍ରିକ ତ୍ରୁଟି ଏବଂ ମଧ୍ୟପ୍ରାଚ୍ୟରେ ଚାଲିଥିବା କାରଣ ରହିଛି । ଗତ ଜୁନ୍ ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣା ସବୁଠାରୁ ବଡ଼ କାରଣ ବୋଲି କୁହାଯାଉଛି ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି କି, ଅର୍ନ୍ତରାଷ୍ଟ୍ରୀୟ ସେବାରେ ୧୫ ପ୍ରତିଶତ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଜୁନ୍ ୨୦ରୁ ଲାଗୁ ହେବ । ଡିଜିସିଏ ଏୟାର ଇଣ୍ଡିଆର ବୋଇଂ ୭୮୭-୮/୯ ବିମାନକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଯାଞ୍ଚ କାମ ଅଧା ସରିଛି । ଏହାହିତ ଏୟାର ଇଣ୍ଡିଆ ବୋଇଂ ୭୭୭ ବିମାନର ମଧ୍ୟ ଯାଞ୍ଚ କରିବ ।
ଏହାସହିତ ଏୟାରଲାଇନ୍ସ କହିଛି କି, ଯାତ୍ରୀଙ୍କୁ ସହଯୋଗ କରିବାକୁ ଅପିଲ କରୁଛି । ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆମେ AI 171 ରେ ଥିବା ୨୪୧ ଜଣ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ ମ୍ତ୍ୟୁରେ ଅତ୍ୟନ୍ତ ଦୁଃଖିତ ।
ଯେଉଁ ଯାତ୍ରୀମାନେ ଏହାଦ୍ବାରା ପ୍ରଭାବିତ ହେବେ, ସେମାନଙ୍କୁ ସଂପୂର୍ଣ୍ଣ ରିଫଣ୍ଡ ମିଳିବ । ସେମାନେ ଯାତ୍ରା ପାଇଁ ଅନ୍ୟ ବିକଳ୍ପ ଦେଖିପାରିବେ । ତେବେ ବିମାନ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ସପ୍ତାହେ ମଧ୍ୟରେ ୮୦ରୁ ଅଧିକ ବିମାନ ବାତିଲ ହୋଇସାରିଛି ।