ଆସନ୍ତା ୨୪ରୁ ରାଜ୍ୟରେ ବଢିବ ବର୍ଷା, ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୪ରୁ ବଢିବ ବର୍ଷା ।  ଆସନ୍ତା ୩ଦିନ ବିଜୁଳି, ଘଡଘଡି ସହ କାଁ ଭାଁ ବର୍ଷା ହୋଇପାରେ ।  ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଆଜି ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

କାଲି ପାଇଁ ମଧ୍ୟ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।  କିନ୍ତୁ ୨୪ରୁ ବର୍ଷାର ପରିମାଣ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ।  ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୨୪ରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Umasankar Adv
Leave A Reply

Your email address will not be published.