ନିଆରା ଉପହାର, ସ୍ତ୍ରୀକୁ ଅବିକଳ ତାଜମହଲ ଘର ଦେଲେ ସ୍ବାମୀ

ପ୍ରେମର ପ୍ରତୀକ ତାଜ ମହଲ । ତାଜମହଲ କଥା ଆସିଲେ ସମସ୍ତଙ୍କ ମନରେ ଶାହାଜାହାନ ଏବଂ ମମତାଜଙ୍କ ପ୍ରେମ କାହାଣୀ କଥା ମନେ ପଡ଼ିଯାଏ । ମମତାଜଙ୍କ ସ୍ମୃତିରେ ଆଗ୍ରାରେ ତାଜମହଲ ନିର୍ମାଣ କରିଥିଲେ ଶାହଜାହାନ । ଉଭୟଙ୍କ ସମାଧି ଏହାର ମୁଖ୍ୟ ଗମ୍ବୁଜ ତଳେ ରହିଛି । ଧଳା ମାର୍ବଲରେ ତିଆରି ଏହି ସପ୍ତାଶ୍ଚର୍ଯ୍ୟ ବାହାରୁ ଦେଖିବାକୁ ଯେମିତି ସୁନ୍ଦର ଏହାର ଭିତରେ ବି ସେମିତି ସୁନ୍ଦରତା ଭରି ରହିଛି । ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ତାଜମହଲ । ଧଳାମାର୍ବଲ ପଥରରେ ନିର୍ମିତ ଏହି ସଂରଚନା ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ନିଜ ସୌନ୍ଦର୍ଯ୍ୟ ଯୋଗୁଁ ଏହା ବିଶେଷ ଭାବରେ ଲୋକଙ୍କୁ ଆକର୍ଷିତ କରେ । ଅନେକ ଲୋକ ନିଜ ପ୍ରେମିକାଙ୍କୁ ଖୁସି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି । ଆଉ କିଛି ପ୍ରେମିକା ବା ସ୍ତ୍ରୀମାନେ ମନରେ ଆଶା ବାନ୍ଧନ୍ତି ଆମ ପ୍ରେମିକ ବା ସ୍ବାମୀ ଆମ ପାଇଁ ଶାହାଜାହାନଙ୍କ ଭଳି ତାଜମହଲଟିଏ ତୋଳି ଦିଅନ୍ତୁ । ଆମ କଥା ଆପଣଙ୍କୁ ହୁଏତ କିଛି ବୁଝା ପଡ଼ୁନଥିବୁ । ତାଜମହଲ, ପ୍ରେମିକ ଓ ପ୍ରେମିକା କଥା ଆମେ ଆପଣଙ୍କୁ କାହିଁକି କହୁଛୁ । ତେବେ ଆସନ୍ତୁ ଜାଣିବା ଏ କଥା କହିବା ପଛରେ କାରଣ କଣ ରହିଛି ।

ମଧ୍ୟପ୍ରଦେଶର ଆନନ୍ଦ ପ୍ରକାଶ ଚୌକସେ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଉପହାରରେ ଦେଇଛନ୍ତି ତାଜମହଲ ଭଳି ଘର । ହଁ ଆଜ୍ଞା ମଧ୍ୟପ୍ରଦେଶର ବୁରହାନପୁର ସହରରେ ରହୁଥିବା ଏକ ଦମ୍ପତି ଅବିକଳ ତାଜମହଲ ଭଳି ଘର ତିଆରି କରିଛନ୍ତି । ଏହି ଘର ଏତେ ସୁନ୍ଦର ହୋଇଛି ଯେ ପ୍ରଥମ ନଜରରେ ଆପଣ ଧୋକା ଖାଇଯିବେ । କାହିଁକି ନା ଘରର ଡିଜାଇନ୍ ସମ୍ପୂର୍ଣ୍ଣ ଭାବେ ତାଜମହଲ ଭଳି କରାଯାଇଛି । ଏହି ଘରର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହିପରି ଦ୍ୱିତୀୟ ତାଜମହଲ ଘରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । କାହିଁକି ନା ଘର ଏଭଳି ଚମକୁଛି ଯେ ଅନ୍ଧାରରେ ମଧ୍ୟ ତାହା ତାଜମହଲ ଭଳି ଦେଖାଯାଉଛି ।

Umasankar Adv
Leave A Reply

Your email address will not be published.