ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ, ୧୪୦ ଯାତ୍ରୀ ସୁରକ୍ଷିତ

ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ଜଣାପଡିବା ପରେ ପାଇଲଟ ରନୱେରୁ ଟର୍ମିନାଲକୁ ଫେରାଇଥିଲେ । ଇନ୍ଦୋରର ଅହଲ୍ୟାବାଇ ହୋଲକର ଏୟାରପୋର୍ଟରେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଇନ୍ଦୋର ଏୟାରପୋର୍ଟ ତରଫରୁ ମିଳିଥିବା ସୂଚନା ମୁତାବକ, ବିମାନରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥି ପାଇଁ ତୁରନ୍ତ ବିମାନକୁ ଫେରାଇ ଅଣାଯାଇଥିଲା । ପାଖାପାଖି ୧ ଘଣ୍ଟା ଯାଞ୍ଚ ପରେ ବିମାନଟି ପୁଣି ଉଡ଼ାଣ ଭରିଥିଲା । ଏହି ସମୟରେ ବିମାନ ୧ ଘଣ୍ଟା ଯାଏଁ ରନୱେରେ ରହିଥିଲା । ଏହି ସମୟରେ ଯାତ୍ରୀମାନେ ବିମାନରେ ବସି ରହିଥିଲେ ଏବଂ ଠିକ୍ ହେବା ପାଇଁ ଅପେକ୍ଷା କରିଥିଲେ ।

Umasankar Adv

ଏୟାରପୋର୍ଟର ନିର୍ଦ୍ଦେଶକ ବିପିନକାନ୍ତ ସେଠ କହିଛନ୍ତି, ଇଣ୍ଡିଗୋ 6E 6332 ରେ ଯାନ୍ତ୍ରିକ ତ୍ରୁଟି ବିଷୟର ପାଇଲଟ ଜାଣିବାକୁ ପାଇଥିଲେ । ବିମାନ ଉଡ଼ାଣ ଭରିବା ପାଇଁ ରନୱେକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା । ବିମାନକୁ ତନଖି କରାଯାଇଥିବା ବେଳେ ବିମାନକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

ସୂଚନାଯୋଗ୍ୟ, ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ସକାଳ ୯ଟାରେ ଉଡ଼ାଣ ଭରିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଞ୍ଚ ପରେ ସକାଳ ୧୦.୧୬ରେ ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିଥିଲା । ବିମାନରେ ୧୪୦ ଜଣ ଯାତ୍ରୀ ରହିଥିଲେ ।

Leave A Reply

Your email address will not be published.