ପୁରୀ : ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏବେ ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଶ୍ରୀକ୍ଷେତ୍ର ପୁରୀ । ରଥଯାତ୍ରା ଲାଗି ଭୁବନେଶ୍ୱର ଉତ୍ତରା ଛକ ଠାରୁ ପୁରୀ ପର୍ଯ୍ୟନ୍ତ ୨୭୫ଟି AI ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ଟାଉନ ଥାନା ରେ ଖୋଲାଯାଇଛି ସ୍ୱତନ୍ତ୍ର ଇଣ୍ଟିଗ୍ରେଟେଡ଼ କମାଣ୍ଡ କଂଟ୍ରୋଲ ରୁମ । ୨୪ଘଣ୍ଟିଆ ଏହି କଣ୍ଟ୍ରୋଲ ରୁମରୁ ସୁରକ୍ଷା କର୍ମୀ ନଜର ରଖିବେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ହ୍ବାଟସଆପରେ ଟ୍ରାଫିକ ସଂପର୍କିତ ସୂଚନା ପ୍ରଦାନ କରାଯିବ । ଘୋଷ ଯାତ୍ରାରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୧୦ହଜାର ପୋଲିସ କର୍ମଚାରୀ । ଆଜି ରାତିରୁ ଟ୍ରାଫିକ କଟକଣା ଜାରି ହେବ ।