ଡିଜିଟାଲ କଳାରେ ଚମତ୍କାର କଲେ ନିହାର

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡିର ନିହାର ରଞ୍ଜନ ସାହୁ କହିଲେ ସମସ୍ତେ ଜାଣନ୍ତି। ଜଣେ ଆଧୁନିକ ସମୟର ସ୍ମାର୍ଟ କଳାକାର। ସେ ବିଭିନ୍ନ ସମୟରେ ତୂଳୀ କି ରଙ୍ଗ ନୁହେଁ ଡିଜିଟାଲ କଲମରେ ଆଙ୍କି ଦିଅନ୍ତି ଭଲିକି ଭଳି ଚିତ୍ର। ସେ ଦାରିଙ୍ଗବାଡିର ହିଲଭିୟୁ ପାର୍କ ହେଉ କି ଶୀତ ମହୋତ୍ସବର ପୋଷ୍ଟର, ସେ ଯେଉଁ କାର୍ଯ୍ୟକ୍ରମ ହେଉ ତାଙ୍କ ଡିଜିଟାଲ କଲମରେ ସୁନ୍ଦର ସୁନ୍ଦର ଚିତ୍ର କରି ଅଞ୍ଚଳରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ସେ ବିଶେଷ କରି ଜଗନ୍ନାଥଙ୍କ ଅନେକ ରୂପ ଓ ଜଗନ୍ନାଥଙ୍କ ସମେତ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଚିତ୍ର କରି ଚର୍ଚ୍ଚାରେ ରହିଥିବା ବେଳେ ପବିତ୍ର ରଥଯାତ୍ରାରେ ଶ୍ରୀ ଜଗନ୍ନାଥଙ୍କ ଚିତ୍ର ଆଙ୍କି ପୁରି ନିଜ କଳା ପ୍ରଦର୍ଶନ କରିଛନ୍ତି। ଏବେ ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଛି ତାଙ୍କ ଚିତ୍ର।

Leave A Reply

Your email address will not be published.